ନୂଆଦିଲ୍ଲୀ: ମହିଳା ଏସିଆ କପ୍ କ୍ରିକେଟରେ ଭାରତକୁ ହରାଇ ଶ୍ରୀଲଙ୍କା ଚାମ୍ପିଅନ, ଫାଇନାଲ ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଲା ଶ୍ରୀଲଙ୍କା ମହିଳା ଦଳ // ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଲେ ମନୁ ଭାକର // ହୀରାକୁଦରେ ଖୋଲିଲା ୨୦ଟି ଗେଟ୍, ଆଜି ୩ଟି ପର୍ଯ୍ୟାୟରେ ୨୦ଟି ଗେଟ୍ ଖୋଲିଲା // ଆଇଏଏସ୍ ଶାଶ୍ଵତ ମିଶ୍ରଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ ଦାୟିତ୍ଵ. ଏଥିସହ ଶକ୍ତି ବିଭାଗ ପ୍ରମୁଖ ସଚିବ ଏବଂ ଓଏସଏସଏସସି ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ଵ // ହୀରାକୁଦ ଛାଡିଲା ବନ୍ୟାଜଳ, ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ // ମହାନଦୀ ଭିତରକୁ ନ ଯିବା ପାଇଁ ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର // ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି // ଜୁଲାଇ ୨୯ ତାରିଖ ସକାଳ ୮ଟା ସୁଦ୍ଧା ଖଇରମାଳ ଠାରେ ୪.୫୦ ଲକ୍ଷ କ୍ୟୁସେକ୍ ଏବଂ ଜୁଲାଇ ୩୦ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ // ୯ଟି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ // ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝାଡଖଣ୍ଡ, ମେଘାଳୟ, ମହାରାଷ୍ଟ୍ର, ପଞ୍ଜାବ ଓ ଚଣ୍ଡିଗଡ ଏବଂ ଆସାମର ନୂଆ ରାଜ୍ୟପାଳ ନିଯୁକ୍ତ // ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଆସାମ ରାଜ୍ୟପାଳ // ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି // ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ପାଣି ପଶିଯିବା ଫଳରେ ୩ ଛାତ୍ର ମୃତ // ରେଢ଼ାଖୋଲ ପାଣ୍ଡିରିଶିଳା ଗାଁରେ ଅଭାବନୀୟ ଘଟଣା, ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା // ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁ ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି // ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍, ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ୍ ଓ ନିଷ୍କାସିତ ହେଉଛି ୪୦ ହଜାର ୧୨୬ ଘନଫୁଟ୍ ଜଳ //
ନଦୀ ମଝିରେ ଅନ୍ଲାଇନ ଖେଳ
17
previous post