Sunday, February 23, 2025
Home ଆମ ଓଡ଼ିଶା ଦାରିଦ୍ର୍ୟ ଦୂରୀକରଣ ସମ୍ପର୍କିତ କର୍ମଶାଳା 

ଦାରିଦ୍ର୍ୟ ଦୂରୀକରଣ ସମ୍ପର୍କିତ କର୍ମଶାଳା 

by
0 comment

ପାଟଣା : ମଙ୍ଗଳବାର ଦିନ ପାଟଣା ବ୍ଲକ ସଭା ଗୃହଠାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣା ବ୍ଲକ ବିଡ଼ିଓ ମାନସ କୁମାର ଦଣ୍ଡପାଟ, ବିଏସଏସ ଓ ଅଭୟ ଚରଣ ଦେହୁରୀ, ଏପିଓ ଦୀପକ କୁମାର ବେହେରା ଓ ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜିକା ସୁସ୍ମିତା ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ଶ୍ରୀ ଦଣ୍ଡପାଟ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଓ କୋଷାଧ୍ୟକ୍ଷା ରତ୍ନା ଦାସ ଯୋଗ ଦେଇଥିଲେ। ପିକକର କେନ୍ଦୁଝର ଜିଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପିକକର ପୂଜା ପଣ୍ଡା, ଝସକେତନ ମହାନ୍ତ , ଦ୍ରୌପଦୀ ବେଜ୍ , ପ୍ରଭାତ କୁମାର ମୁଣ୍ଡା, ସୁନେଲି ନାୟକ, ସୁଚିତ୍ରା ମହାନ୍ତ ଓ ମେଘମାଳା ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od