ଦଳୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ବିଜେଡିକୁ ନୋଟିସ୍
ସମ୍ବିଧାନ ସଦନରୁ ବିଜେଡି କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଲୋକସଭା ସଚିବାଳୟ ନୋଟିସ୍ କରିଛି। ଦଳର କାର୍ଯ୍ୟାଳୟ କୋଠରି ନମ୍ବର ୪୫-୧ରେ ରହିଛି। ନିୟମ ଅନୁସାରେ ଅତିକମ୍ରେ…
Updated
/sambad/media/media_files/HjuoSAG3o7Edmv3bqQZi.jpeg)
ନୂଆଦିଲ୍ଲୀ: ସମ୍ବିଧାନ ସଦନରୁ ବିଜେଡି କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଲୋକସଭା ସଚିବାଳୟ ନୋଟିସ୍ କରିଛି। ଦଳର କାର୍ଯ୍ୟାଳୟ କୋଠରି ନମ୍ବର ୪୫-୧ରେ ରହିଛି। ନିୟମ ଅନୁସାରେ ଅତିକମ୍ରେ ଆଠଜଣ ସାଂସଦ ବିଶିଷ୍ଟ ଦଳକୁ କୋଠରୀ ଦିଆଯାଏ। ଏହାଠାରୁ କମ୍ ସଦସ୍ୟ ଥିଲେ ବାଚସ୍ପତି ନିଷ୍ପତ୍ତି ନିଅନ୍ତି। ଗତ ନିର୍ବାଚନରେ ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ଶୂନ ଥିଲା। ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ଯୋଗଦେବା ପରେ ବିଜେଡି ସାଂସଦଙ୍କ ସଂଖ୍ୟା ୭ ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେଡିକୁ ୪୫-୨ କୋଠରିକୁ ଯିବାକୁ କୁହାଯାଇଛି। ବର୍ତ୍ତମାନ ଏହି କୋଠରୀରେ ଏଆଇଡିଏମ୍କେ କାର୍ଯ୍ୟାଳୟ ରହିଛି। ଜେଡି(ୟୁ)କୁ ବିଜେଡି କାର୍ଯ୍ୟାଳୟ ଦିଆଯାଇଛି।
Updated
Advertisment
Sambad is now on WhatsApp
Join and get latest news updates delivered to you via WhatsApp