ଖୋର୍ଦ୍ଧା: ପୁଣି ଆଜିଠାରୁ ଖୋର୍ଦ୍ଧା ବଜାରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତେବେ ଏହାକୁ ବିରୋଧ କରୁଥିବା କିଛି ଲୋକଙ୍କୁ ପୁଲିସ ଉଠାଇନେଇଥିବା ଜଣାଯାଇଛି। ତୀବ୍ର ଉତ୍ତେଜନା ଭିତରେ ଜାରି ରହିଛି ଜବରଦଖଲ ଉଚ୍ଛେଦ ।
ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କ୍ୟାବିନ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ କରିଛି ପୌର ପ୍ରଶାସନ। ତେବେ ଏହି ଭେଣ୍ଡିଂ ଜୋନ୍କୁ ନଯିବାକୁ ଜିଦି ଧରିଛନ୍ତି ବ୍ୟବସାୟୀ । କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଉପ ଜିଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏଣେ ଆତ୍ମାହୁତି ଦେବା ଲାଗି ଉଦ୍ୟମ କରୁଥିବା ବେଳେ କେତେକ ପରିବା ବ୍ୟବସାୟୀଙ୍କୁ ଉଠାଇ ନେଇଛି ପୁଲିସ।
ସୂଚନା ଅନୁଯାୟୀ, ବଜାରରେ ଥିବା କ୍ୟାବିନ୍କୁ ଉଚ୍ଛେଦ କରାଯାଉଛି । ବୁଲ୍ଡୋଜର ମାଧ୍ୟମରେ ପୋଲିସ ଉପସ୍ଥିତରେ ଦୋକାନ ଘର ଭଙ୍ଗା ଯାଉଛି । ବ୍ୟବସାୟୀ ସଂଘର ନିବେଦନ ପରେ କିଛି ଦିନ ପାଇଁ କ୍ୟାବିନ ଉଛେଦକୁ ବନ୍ଦ ରଖାଯାଇଥିଲା ।
ହେଲେ ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କ୍ୟାବିନ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ କରିଛି ପୌର ପ୍ରଶାସନ। ତେବେ ଏହି ଭେଣ୍ଡିଂ ଜୋନ୍କୁ ନଯିବାକୁ ଜିଦି ଧରିଛନ୍ତି ବ୍ୟବସାୟୀ । କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଉପ ଜିଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏଣେ ଆତ୍ମାହୁତି ଦେବା ଲାଗି ଉଦ୍ୟମ କରୁଥିବା ବେଳେ କେତେକ ପରିବା ବ୍ୟବସାୟୀଙ୍କୁ ଉଠାଇ ନେଇଛି ପୁଲିସ।