ଓ୍ବାଶିଂଟନ୍, ଏବେ ବିଶ୍ୱର ଦୁଇ ମହାଶକ୍ତିଶାଳୀ ଦେଶ ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଟାରିଫ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଶନିବାର (ଫେବୃଆରୀ ୧)ରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁ କରିଥିଲେ। ଏବେ ଚାଇନା ମଧ୍ୟ ମଙ୍ଗଳବାର (ଫେବୃଆରୀ ୪) ଠାରୁ ଆମେରିକୀୟ ଉତ୍ପାଦ ଉପରେ ନୂତନ ଟାରିଫ୍ ଘୋଷଣା କରି ଆମେରିକା ବିରୋଧରେ ପ୍ରତିଶୋଧ ନେଇଛି।
ଆମେରିକୀୟ ଉତ୍ପାଦ ଉପରେ ଚାଇନା ଦ୍ୱାରା ଲାଗୁ କରାଯାଇଥିବା ଟାରିଫ୍ ସୋମବାର (ଫେବୃଆରୀ ୧୦)ଠାରୁ କାର୍ଯ୍ୟକାରୀ ହେବ। ଅନୁଯାୟୀ, ଆମେରିକାର ଟାରିଫ୍ ବିରୋଧରେ ପ୍ରତିଶୋଧ ସ୍ବରୂପ ଚାଇନା ମଧ୍ୟ ନୂତନ ଟାରିଫ୍ ଘୋଷଣା କରିଛି।