Sunday, February 23, 2025
Home Latest ଝାଡ଼ଖଣ୍ଡର ନବନିର୍ବାଚିତ ୮୧ ବିଧାୟକଙ୍କ ମଧ୍ୟରୁ ୭୧ ଜଣ କୋଟିପତି: ଏଡିଆର ରିପୋର୍ଟ

ଝାଡ଼ଖଣ୍ଡର ନବନିର୍ବାଚିତ ୮୧ ବିଧାୟକଙ୍କ ମଧ୍ୟରୁ ୭୧ ଜଣ କୋଟିପତି: ଏଡିଆର ରିପୋର୍ଟ

by
0 comment

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ନବନିର୍ବାଚିତ ୮୧ ବିଧାୟକଙ୍କ ମଧ୍ୟରୁ ୭୧ ଜଣ ବା ୮୯ ପ୍ରତିଶତ କୋଟିପତି ହୋଇଥିବା ବେଳେ କଂଗ୍ରେସର ରାମେଶ୍ୱର ଓରାଓଁ ୪୨.୨୦ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ବିଧାୟକ ବୋଲି ଜଣାପଡ଼ିଛି । 

‘ଦ ଝାଡ଼ଖଣ୍ଡ ଇଲେକ୍ସନ ୱାଚ୍’ ଏବଂ ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ୮୧ ଜଣ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୮୦ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି  ଯେ  ୭୧ ଜଣ ନବନିର୍ବାଚିତ ବିଧାୟକ ‘କୋଟିପତି’, ଯାହା କି ୨୦୧୯ରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସଂଖ୍ୟାଠାରୁ ୨୦ ପ୍ରତିଶତ ଅଧିକ।

ରିପୋର୍ଟ ଅନୁଯାୟୀ, ୫ ବର୍ଷ ତଳେ ନିର୍ବାଚିତ ହୋଇଥିବା ୮୧ ଜଣ ବିଧାୟକଙ୍କ ମଧ୍ୟରୁ ୫୬ ଜଣ କୋଟିପତି ଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ୪୧ ଥିଲା। ଚଳିତ ବର୍ଷ ୭୧ କୋଟିପତି ବିଧାୟକଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ୨୮ ଜଣ, ଭାରତୀୟ ଜନତା ପାର୍ଟି (ବିଜେପି)ର ୨୦ ଜଣ, କଂଗ୍ରେସର ୧୪ ଜଣ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୪ ଜଣ, ସିପିଆଇ (ଏମଏଲ) ଲିବରେସନର ୨ ଜଣ ଏବଂ ଏଲଜେପି (ରାମ ବିଳାସ), ଜେଡିୟୁ ଏବଂ ଏଜେଏସୟୁ ପାର୍ଟିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od