Sunday, February 23, 2025
Home ମହାନଗର ଜେଲ୍ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଜେଲ୍ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

by
0 comment

ଭୁବନେଶ୍ବର: ରାଜଧାନୀର ମଧ୍ୟ ଭାଗରେ ଥିବା ଝାରପଡ଼ା ଜେଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ‘ଆଞ୍ଚଳିକ ସୁରକ୍ଷା ମଞ୍ଚ’ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ମଞ୍ଚର ସଭାପତି ଜଗନ୍ନାଥ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଝାରପଡ଼ା ଜେଲ୍‌ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ୟା ସମ୍ପର୍କରେ କହିଥିଲେ। ଜେଲ୍‌ ସ୍ଥାନାନ୍ତର ପରେ ଏଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ।

ସେହିପରି ସ୍ଥାନୀୟ ଅଞ୍ଚଳରେ ଓପୋଲଫେଡ୍‌ ଅଧୀନରେ ଥିବା ୧୬ଏକର ଜାଗାରେ ଏକ ଆଧୁନିକ ଖେଳ ପଡ଼ିଆ ଓ ପାର୍କ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ଏହାଦ୍ବାରା ସ୍ଥାନୀୟ ଝାରପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳର ଲକ୍ଷାଧିକ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ସବୁ ଶୁଣି‌ବା ପରେ ଏନେଇ ବିଚାର କରିବେ ବୋଲି କହିଥିବା ଶ୍ରୀ ପ୍ରଧାନ କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od