
ରାଇକିଆ,୨୬।୨(ପ୍ରଦୀପ ବେହେରା): ଆଜି ମହା ଶିବରାତ୍ରି । ଏଥିପାଇଁ କନ୍ଧମାଳ ଜିଲା ରାଇକିଆସ୍ଥିତ ବିଶ୍ୱେଶର ଶୈବ ପୀଠରେ ଚଳଚଞ୍ଚଳ ଲାଗିରହିଛି । ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ରାତିରେ ମହାଦୀପ ପ୍ରଜ୍ବଳନ ଏବଂ ଭକ୍ତମାନେ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରଯାଇଥିବାବେଳେ ସନ୍ଧ୍ୟାରେ ଭଜନ ସମାରୋହର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିନ୍ପରି ରାଇକିଆ ବ୍ଲକର ଦିଗୀସ୍ଥିତ ପ୍ରାଚୀନ ଶୈବପୀଠ ବାଲୁଙ୍କେଶ୍ୱର ମନ୍ଦୀର ଏବଂ ବୀର ଛକ ଶିବ ମନ୍ଦିରରେ ମଧ୍ୟ ଭିଡ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଦର୍ଶନ କରୁଛନ୍ତି। ଏଥିପାଇଁ ସ୍ଥାନୀୟ ପରିଚାଳନା କମିଟି ତରଫରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।