
ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ ଘରୋଇ ବସ୍ରେ ନିଆଁ ଲାଗି ଜଳି ଯାଇଛି। ଶଟ୍ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ବସ୍ଟି ଜୟପୁରରୁ ରାଉରକେଲା ଯାଉଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ନିଜକୁ ନିଜେ ଗୁଳି କଲେ ଯବାନ
ରାଉରକେଲା,୯।୧: ରାଉରକେଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍ଏଫ୍ ଯବାନ। ତାଙ୍କୁ ଗୁରୁତର ଅବସ୍ଥାରେ…

ନୂଆ ଆଶା ଦେଖାଇଛି ଲେମନ ଗ୍ରାସ ଚାଷ
ରାଇକିଆ,୯।୧(ପ୍ରଦୀପ ବେହେରା): ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ। ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପରିକ ଭାବେ ଫୁଲକୋବି ଚାଷ କରିଆସୁଥିବା…

ଜନବସତିରେ ପଶିଲା ଭାଲୁ: ଲୋକେ ଛାନିଆ
କୋକସରା,୯।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗ୍ରାମରେ ଏକ ଭାଲୁ ଜନବସତି ମଧ୍ୟରେ ବୁଲୁଥିବା ଦେଖିବାକୁ ମିଳୁଛି।…

ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ମାମଲା
ହିଞ୍ଜିଳିକାଟୁ, ୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳଙ୍କୁ ବୁଧବାର ରାତିରେ ଦୁର୍ବ୍ୟବହାର ସହ ଧମକ ହୋଇଥିବା…