Sunday, February 23, 2025
Home Home Middle ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

by
0 comment

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି। ଆଉ ଚାରି ଆତଙ୍କବାଦୀ ଲୁଚିଥିବା ମଧ୍ୟ କୁହାଯାଉଛି।

କୁଲଗାମ ଜିଲାରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଲୁଚିଥିବାର ପାଇବା ପରେ ସେନା ଅପରେଶନ ଆରମ୍ଭ କରିଥିଲା। ଏହି ସମୟରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା।

ତେବେ ମଦରଗାମ ଗ୍ରାମରେ ଆତଙ୍କବାଦୀଙ୍କ ପ୍ରବଳ ଗୁଳିମାଡ଼ରେ ଜଣେ ଯବାନ ଶହୀଦ ହୋଇଯାଇଥିଲେ। ଏହି ଅପରେଶନରେ ସିଆରପିଏଫ, ସେନା ଏବଂ ସ୍ଥାନୀୟ ପୋଲିସ ଏକ ଘରକୁ ଟାର୍ଗେଟ କରି ଆଗକୁ ବଢିଥିଲେ। ଯେଉଁଠି ଦୁଇ ଆତଙ୍କୀ ଲୁଚିଥିବା କୁହାଯାଉଛି।

ଆତଙ୍କବାଦୀଙ୍କୁ ଫସର ପକାଇବା ପାଇଁ ସୈନ୍ୟମାନେ ତୁରନ୍ତ କର୍ଡନ କରି ଗାଁ ଭିତରକୁ ପ୍ରବେଶ କରିବା ପରେ ପରିସ୍ଥିତି ତୀବ୍ରତର ହୋଇଥିଲା। ପ୍ରାରମ୍ଭିକ ଗୁଳି ବିନିମୟରେ ଜଣେ ସୈନିକ ଆହତ ହୋଇଥିଲେ ଏବଂ ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

କୁଲଗାମର ଫ୍ରିସାଲ ଅଞ୍ଚଳରେ ହୋଇଥିବା ଅନ୍ୟ ଏକ ଗୁଳିକାଣ୍ଡରେ ଡ୍ରୋନ ଫୁଟେଜରେ ନିହତ ହୋଇଥିବା ଚାରି ଜଣ ଆତଙ୍କବାଦୀଙ୍କ ମୃତଦେହ ଦେଖିବାକୁକ ମିଳିଛି।

#BREAKING: 4 Pakistan Sponsored Terrorists killed in Kulgam encounter of South Kashmir by Indian Army, J&K Police and CRPF. Encounter continues. Drone footage of the encounter when terrorists were neutralised. Major terror attacks averted by Indian security forces. 🇮🇳 pic.twitter.com/2EvYzCXVQZ

— Aditya Raj Kaul (@AdityaRajKaul) July 6, 2024

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od