ରାଇରଙ୍ଗପୁର/ବିଶୋଇ: ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ଅଧ୍ୟକ୍ଷା ଅଞନୀ ସୋରେନ ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ବିଶୋଇ ଡ଼ାକ ବଙ୍ଗଳାଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସାଲୁ କିସ୍କୁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାରା ସିଂ ମୁଣ୍ଡା, ପୂର୍ବତନ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଘୁଆ, ଉପସଭାପତି ଯଶୋବନ୍ତ ବାରିକ, ଜିଲ୍ଲା ପ୍ରବୋକ୍ତା ସନ୍ତୋଷ କୁମାର ମୁର୍ମୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମଧୁସୂଦନ ସାହୁ, ବିଶୋଇ ବ୍ଲକ ଯୁବ ମୋର୍ଚ୍ଚା ସଭାପତି ରବୀନ୍ଦ୍ରନାଥ ହାଁସଦା, ବିଜାତଳା ବ୍ଲକ ସଭାପତି ବ୍ରଜ ମୋହନ ମୁର୍ମୁ, କୁସୁମୀ ବ୍ଲକ ସଭାପତି ବାବଲୁ ମାରାଣ୍ଡି, ଜାମଦା ବ୍ଲକ ସମ୍ପାଦକ ଚନ୍ଦ୍ର ମୋହନ ପିଙ୍ଗୁଆ, ଯୁବ ନେତା ଘନଶ୍ୟାମ ପିଙ୍ଗୁଆ, କର୍ମକର୍ତ୍ତା ଉଦୟ ନାଥ ସୋରେନ, ରାମେଶ୍ବର ସୋରେନ ଏବଂ ଶତାଧିକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳୀୟ କର୍ମ କର୍ତ୍ତା ଉପୁସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ମୟୂରଭଞ୍ଜ ଜିଲ୍ଲା ଭିଟାମାଟିରୁ ଉଛେଦ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୨୧୮୫୫/ ଜୁଲାଇ/୨୦୨୪ ସମ୍ବନ୍ଧରେ ମୟୂରଭଞ୍ଜ ଜିଲ୍ଲା ରେ ପୂର୍ବ ପୁରୁଷରୁ ବସ ବାସ କରୁଥିବା ଆଦିମ ଆଦିବାସୀ ତଥା ମୂଳନୀବାସୀମାନଙ୍କୁ ନିଜ ଜନ୍ମଭୂମି ଭିଟାମାଟିରୁ ଉଛେଦ କରିବା ବିରୋଧରେ ୨୪ ଜୁଲାଇରେ ବାରିପଦାଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟକର୍ମ। କରଞ୍ଜିଆ ଉପଖଣ୍ଡରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ସମ୍ବନ୍ଧରେ,ମୟୂରଭଞ୍ଜ ଜିଲ୍ଲା ସାଙ୍ଗଠନିକ ସ୍ଥିତି ସମ୍ବନ୍ଧରେ ଆଲୋଚନା ହୋଇଥିଲା।