Sunday, February 23, 2025
Home Home ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କର,ନରେତ୍‌…କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କର,ନରେତ୍‌…କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

by
0 comment

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ରାଜ୍ୟପାଳ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି ସମୟରେ, କୋର୍ଟ ଭେଙ୍କଟରମଣିଙ୍କୁ କହିଥିଲେ ଯେ, ଆପଣ ଗୋଟିଏ କପ୍‌ ଚା’ ପିଇ ସମସ୍ୟାର ସମାଧାନ କରନ୍ତୁ, ନଚେତ୍‌ ଆମେ ଆମର ନିଷ୍ପତ୍ତି ଘୋଷଣା କରିବୁ। କୋର୍ଟ ଆହୁରି କହିଛନ୍ତି, ଯଦି ଆପଣ ଏହି କାମ ମାତ୍ର ୨୪ ଘଣ୍ଟା ମଧ୍ୟରେ କରନ୍ତି ତେବେ ଭଲ ହେବ।
୨୦୨୩ ମସିହାରେ, ତାମିଲନାଡୁର ଏମକେ ଷ୍ଟାଲିନ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାଜ୍ୟ ସରକାର କହିଥିଲେ ଯେ, ରାଜ୍ୟପାଳ ବିଲ ଧରି ବସିଛନ୍ତି, ଯାହା ଯୋଗୁ ଜନସ୍ବାର୍ଥରେ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନୋଟିସ ଜାରି କରିଥିଲେ। ଏହା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ।
ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଏକ ଶୁଣାଣି ହୋଇଥିଲା। ରାଜ୍ୟ ସରକାର କହିଥିଲେ, ବହୁ ବିଲ ବର୍ଷ ବର୍ଷ ଧରି ରାଜଭବନରେ ପଡ଼ି ରହିଛି। ଯଦି ବିଲ ଟି ଭୁଲ, ତେବେ ରାଜ୍ୟପାଳ କାହିଁକି ଏଥିରେ ଏକ ନୋଟ ରଖି ବିଧାନସଭାକୁ ପଠାଉ ନାହାନ୍ତି। ବିଲ୍‌କୁ ପକାଇ ରଖିବା ଅନ୍ୟାୟ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୁକୁଲ ରୋହତଗୀ ହାଜର ହୋଇଥିଲେ। ଶୁଣାଣି ସମୟରେ ରୋହତଗି କହିଥିଲେ, ପଞ୍ଜାବ ମାମଲାରେ କୋର୍ଟ ରାଜ୍ୟପାଳଙ୍କୁ ବିଲ ବନ୍ଦ ନ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ତାମିଲନାଡୁ ମାମଲା ଦୀର୍ଘ ସମୟ ଧରି ପଡ଼ି ରହିଛି, ଯାହା ଫଳରେ ସାଧାରଣ ଲୋକ ସିଧାସଳଖ କ୍ଷତି ସହୁଛନ୍ତି। ତାମିଲନାଡୁ ସରକାର କହିଛନ୍ତି ଯେ, ରାଜ୍ୟପାଳଙ୍କ କାରଣରୁ ଉଚ୍ଚଶିକ୍ଷାର ପ୍ରମୁଖ ପ୍ରସଙ୍ଗ ଏବଂ ଭାଇସ-ଚାନ୍ସସେଲର ଖୋଜିବା ପାଇଁ ଏକ କମିଟି ଗଠନ ଅଟକି ରହିଛି।

ରାଜ୍ୟପାଳ କଏଦୀଙ୍କ ମୁକ୍ତି ସହିତ ଜଡିତ ବିଲକୁ ମଧ୍ୟ ଅନୁମୋଦନ କରୁନାହାଁନ୍ତି। ରୋହତଗି କହିଛନ୍ତି, ରାଜ୍ୟପାଳ ଯେକୌଣସି ବିଲ ଥରେ ବିଧାନସଭାକୁ ଫେରାଇ ପାରିବେ। ଏହା ପରେ, ଯଦି ଗୃହ ପୁନର୍ବାର ସେହି ବିଲ ଉପସ୍ଥାପନ କରେ, ତେବେ ଏହାକୁ ଅନୁମୋଦନ କରିବା ବାଧ୍ୟତାମୂଳକ।୍‌ ଯଦି ବିଲ ଏତେ ଅସାମ୍ବିଧାନିକ ତେବେ ରାଜ୍ୟପାଳ ଏହାକୁ ସିଧାସଳଖ ରାଷ୍ଟ୍ରପତିଙ୍କ ପାଖକୁ କାହିଁକି ପଠାଉ ନାହାନ୍ତି? ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ଆର ମହାଦେବନ ମାମଲାର ଶୁଣାଣି କରୁଛନ୍ତି। ମହାଦେବନଙ୍କ ଖଣ୍ଡପୀଠ କହିଥିଲେ ଯେ ଆମେ ଏହା ଜାଣିବାକୁ ଚାହୁଁ।

ଏହି ସମୟରେ, ଭେଙ୍କଟରମଣି କହିଛନ୍ତି ଯେ, ବିଲ୍‌ଟି ରାଜଭବନରେ ଅଟକି ନାହିଁ। ଯେଉଁ ବିଲ ଗୁଡ଼ିକୁ ଅନୁମୋଦନ କରାଯାଇ ପାରି ନ ଥିଲା, ଆମେ ତାହା ଫେରାଇ ଦେଇଥିଲୁ। ଏହା ଉପରେ ଜଷ୍ଟିସ ପାର୍ଦିୱାଲା କହିଥିଲେ ଯେ, ଆପଣ ଗୋଟିଏ କପ୍‌ ଚା’ ପିଇ ଏହି ସମସ୍ୟାର ସମାଧାନ କାହିଁକି କରୁନାହାଁନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od