ମେଷ: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର ଉଦ୍ୟମେ କାର୍ଯ୍ୟ ସିଦ୍ଧି ହେବ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଗୁରୁବାର ଓ ଶୁକ୍ରବାର ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆୟ ବୃଦ୍ଧି ହେବ। ଆଭୂଷଣ ପ୍ରାପ୍ତ କରିପାରନ୍ତି। ଶନିବାର ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ଭ୍ରମଣପ୍ରିୟ ହେବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ଆବଶ୍ୟକ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଗୁରୁବାର ଓ ଶୁକ୍ରବାର ଶ୍ରୀ ଯୁକ୍ତ ହେବେ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶନିବାର ମାନସିକ ଅବସାଦ ଦେଖାଦେବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ବିତିବ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବିପଦରେ ପଡ଼ିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ଆନନ୍ଦ ଚିତ୍ତ ହେବେ। ସୁସ୍ବାଦୁ ଭୋଜନପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ନିଜର ବ୍ୟକ୍ତିତ୍ବ ବଳରେ ସମସ୍ୟା ସମାଧାନ ହେବ। ଶୁକ୍ରବାର ଓ ଶନିବାର ସାମାନ୍ୟ ଅସାବଧାନତା ବିପଦର କାରଣ ହେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ସମୟ ପ୍ରତିକୂଳ ରହିବ। ଅତୀତର କଥାକୁ ନେଇ ପଶ୍ଚାତାପ କରିବେ। ମଙ୍ଗଳବାର ଓ ବୁଧବାର ଦୂରଦେଶକୁ ଯାତ୍ରା କରିପାରନ୍ତି। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟା ଦୂର ପାଇଁ ପ୍ରୟାସ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ। କନ୍ୟା: ରବିବାର ଓ ସୋମବାର ଜଗିରଖି ଚଳନ୍ତୁ। ବାକ୍ ସଂଯମତା ରକ୍ଷା କରନ୍ତୁ। ଶତ୍ରୁ ବୃଦ୍ଧି ହୋଇପାରନ୍ତି। ବ୍ୟଥିତ ଓ ବିବ୍ରତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଶତ୍ରୁ ଦ୍ବାରା ପରାସ୍ତ ହୋଇପାରନ୍ତି। ଯାତ୍ରାଜନିତ ସମସ୍ୟା ଦେଖାଦେବ। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ପ୍ରତିଷ୍ଠା ଲାଭ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଶୁଭଫଳ ପ୍ରଦାନ କରିନପାରେ। ଆର୍ଥିକ ଅନଟନ ଦେଖାଦେବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳନ୍ତୁ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା:ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ମଙ୍ଗଳବାର ଓ ବୁଧବାର ଯାନବାହନଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ୍। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ଆର୍ଥିକ ସ୍ବଚ୍ଛଳତା ଲାଭ ହେବ। କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ସମସ୍ୟା ମୁକ୍ତି ପାଇଁ ପ୍ରୟାସ କରିବେ। ସୃଜନଶୀଳ ପ୍ରତିଭାର ବିକାଶ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ର ନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। କାର୍ଯ୍ୟ କ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଆୟ ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀଙ୍କ ସହସ୍ରନାମ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ସ୍ତ୍ରୀ ହେତୁକ ଭୂମି ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ଗୁରୁବାର ଓ ଶୁକ୍ରବାର କର୍ମାଶ୍ରୟୀ ହେେବ। ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ତୀର୍ଥଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପିଲାଙ୍କ ପାଇଁ ଚିନ୍ତିତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରାଙ୍କ କବଚ ପାଠ କରନ୍ତୁ। nn