Monday, March 3, 2025
Monday, March 3, 2025
Home ଆମ ଓଡ଼ିଶା କିଆଫୁଲ ଓ ଟଙ୍କା ଲୁଟ୍ ନେଇ ମାମଲା

କିଆଫୁଲ ଓ ଟଙ୍କା ଲୁଟ୍ ନେଇ ମାମଲା

by
0 comment

ଗୋପାଳପୁର:  ଗୋଳନ୍ଥରା ଥାନା ଅନ୍ତର୍ଗତ କେଲୁଆପଲ୍ଲୀ ଠାରେ  ଥିବା ଆଞ୍ଚଳିକ ଚାଷୀ କମିଟି ସଦସ୍ୟଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ଏବଂ କମିଟି ସଦସ୍ୟଙ୍କ ଦ୍ବାରା କିଆଫୁଲ, ଧରିଥିବା ଟଙ୍କା ଓ ଅଳଙ୍କାର ଲୁଟି ନେଇଥିବା ନେଇ ୨ଟି ପୃଥକ ଅଭିଯୋଗ ଥାନାରେ ଲିଖିତ ଭାବେ ଦିଆଯାଇଛି। ଅଭିଯୋଗ ଅନୁଯାୟୀ ଇନ୍ଦ୍ରାକ୍ଷିର ନଟବର ସାହୁ ଗତ ୧୨ ତାରିଖରେ ନିଜ ଜମିରୁ କିଆଫୁଲ ତୋଳି ଗୁଣୁପୁର ଠାରେ ଥିବା କିଆଫୁଲ ମାଟିକୁ ନେବା ସମୟରେ ଗୁଣୁପୁର ବନ୍ଧ ହୁଡା ଠାରେ ପୂର୍ବରୁ ଛକି ରହିଥିବା କେଲୁଆପଲ୍ଲୀର ରମେଶ ଚନ୍ଦ୍ର ନାୟକ, ଇନ୍ଦ୍ରାକ୍ଷି ର ଦଣ୍ଡପାଣି ସାହୁ, ଇନ୍ଦ୍ରାକ୍ଷିର ପି ଜଗଦିଶ ରେଡ୍ଡୀ ଓ ହନ୍ତଳୁ ଗ୍ରାମର କେ ଦୁର୍ଯୋଧନ ରେଡ୍ଡୀ ପ୍ରମୁଖ ତାଙ୍କୁ ଅଟକାଇ ମୋଟରସାଇକେଲ ରେ ଥିବା ୨୫୦ କିଆଫୁଲ,୨୧ ହଜାର ଟଙ୍କା ସହ ସୁନା ମୁଦିକୁ ଲୁଟି ନେବା ସହ ମାଡ଼ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୮୭/୨୪ରେ ଏକ ମାମଲା ରୁଜୁ କରିଛି। ଅନ୍ୟ ପଟେ ଆଜି କେଲୁଆପଲ୍ଲୀ ଆଞ୍ଚଳିକ କିଆଫୁଲ ଚାଷୀ କମିଟି ପକ୍ଷରୁ ସଭାପତି ଭାଗିରଥି ନାୟକଙ୍କ ପକ୍ଷରୁ ଆଜି ଗୋଳନ୍ଥରା ଥାନା ରେ ଇନ୍ଦ୍ରାକ୍ଷି ର ନଟବର ସାହୁ ଙ୍କ ବିରୋଧ ରେ କମିଟି ସଦସ୍ୟ ଙ୍କୁ ଗାଳିଗୁଲଜ କରିବା ସହ ଜିବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।  ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ କେଲୁଆପଲ୍ଲୀ ଠାରେ କମିଟିର ଏକ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ନଟବର ସାହୁ, କମିଟି ସଦସ୍ୟ ମାନଙ୍କୁ ଗାଳିଗୁଲଜ କରିବା ସହ ଫୋନ ରେ ସଭାପତି ଶ୍ରୀ ନାୟକଙ୍କୁ ଧମକ ଦେବା ସହ କେତେକ ସଭ୍ୟ ଙ୍କୁ ଜିବନରେ ମାରିଦେବେ ବୋଲି ଧମକ ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପୁଲିସ ପକ୍ଷରୁ ଉଭୟ ଅଭିଯୋଗ ନେଇ ତଦନ୍ତ କରୁଥିବା ଜଣାପଡିଛି।ଏହି ଘଟଣା ନେଇ କମିଟି ର ସଦସ୍ୟ ଦଣ୍ଡପାଣି ସାହୁ ଙ୍କ ଅଭିଯୋଗ ଅନୁଯାୟୀ ନଟବର ଙ୍କ ପକ୍ଷରୁ କମିଟି ସଦସ୍ୟଙ୍କ ନାମରେ ମିଥ୍ୟା ମାମଲା ଦିଆଯାଇଛି। ଏଣୁ ତଦନ୍ତ କଲେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od