Sunday, January 12, 2025
Sunday, January 12, 2025
Home ଆମ ଓଡ଼ିଶା କାଳିଆ-ବଳିଆଙ୍କ ପାଇଁ ବିଧାୟକଙ୍କ ରୌପ୍ୟ ଶ୍ରୀପୟର ଅର୍ପଣ କଲେ

କାଳିଆ-ବଳିଆଙ୍କ ପାଇଁ ବିଧାୟକଙ୍କ ରୌପ୍ୟ ଶ୍ରୀପୟର ଅର୍ପଣ କଲେ

by
0 comment

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କୁ ରୌପ୍ୟ ଶ୍ରୀପୟର(ଗୋଡ଼) ଅର୍ପଣ କରିଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ । ପ୍ରାୟ ୨ମାସ ପୂର୍ବରୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଶ୍ରୀମନ୍ଦିର ପରିଦର୍ଶନରେ ଯାଇ ବଡ଼ଠାକୁର କାଳିଆ ଓ ବଡ଼ଭାଇ ବଳିଆଙ୍କୁ ଶ୍ରୀପୟର ଯୋଗାଇ ଦେବାକୁ ମନସ୍ଥ କରିଥିଲେ । ଆଜି ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ସାଢ଼େ ୮କିଲୋ ଓଜନର ରୂପା ଶ୍ରୀପୟର ଯୋଗାଇ ଦେଇଛନ୍ତି । ଯାହାର ମୂଲ୍ୟ ୧୨ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ବାଲେଶ୍ୱରର ଏକ ଜୁଏଲାରୀ ମାଲିକଙ୍କୁ ବିଧାୟକ ଶ୍ରୀ ଖଟୁଆ ପୟର ଯୋଗାଇ ଦେବାକୁ କହିବା ପରେ ଏହି କାର୍ଯ୍ୟ ଦୀର୍ଘ ୨ମାସ ଧରି ଚାଲିଥିଲା । ତାମିଲନାଡ଼ୁର କୋୟମ୍ବଟୁର ଅଞ୍ଚଳର କାରିଗରମାନେ ଏହି ପୟର ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଥିଲେ । ଆଜି ସନ୍ଧ୍ୟାରେ ଏହି ରୌପ୍ୟ ପୟରକୁ ବିଧାୟକ ଶ୍ରୀ ଖଟୁଆ କିଣି ଆଣିବା ପରେ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ନୀଳଗିରିସ୍ଥିତ ଠାକୁରମାହାଲ କାର୍ଯ୍ୟାଳୟରେ ପହଞ୍ଚି ଅର୍ପଣ କରିଛନ୍ତି । ଅର୍ପଣ ସମୟରେ ନୀଳଗିରି ରାଜାସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ବ୍ରହ୍ମା ସରୋଜ ନନ୍ଦ, ପୂଣ୍ୟଶ୍ଳୋକ ନନ୍ଦ, ସମାଜସେବୀ ସୁରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉପଲକ୍ଷେ ଠାକୁରମାହାଲ ସଂସ୍ଥା ପକ୍ଷରୁ ବିଧାୟକ ଶ୍ରୀ ଖଟୁଆଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od