Monday, February 24, 2025
Home ଟେକ୍ନୋଲୋଜି କମ୍ ଦାମରେ ଭଲ ଟିଭି, ଗ୍ରାହକଙ୍କ ପାଇଁ ସୁଖବର

କମ୍ ଦାମରେ ଭଲ ଟିଭି, ଗ୍ରାହକଙ୍କ ପାଇଁ ସୁଖବର

by
0 comment

ନୂଆଦିଲ୍ଲୀ : ଟିଭି ନିର୍ମାତା ଡାଇଓ୍ବା ୩୨ ରୁ ୫୫ ଇଞ୍ଚ ପର୍ଯ୍ୟନ୍ତ ଏଚଡି ଏବଂ ୪କେ ଗୁଗଲ ଟିଭିର ଏକ ନୂଆ ରେଞ୍ଜ ଲଞ୍ଚ କରିଛି । କମ୍ପାନୀ ନୂଆ ଟିଭିକୁ ଏଲଇଡି ଏବଂ କ୍ୟୁଏଲଇଡି ଡିସପ୍ଲେ ବିକଳ୍ପ ସହିତ ନେଇଆସିଛି । ଏହି ଟିଭିକୁ ୩ ଆକାର ଯଥା ୩୨ ଇଞ୍ଚ, ୪୩ ଇଞ୍ଚ ଏବଂ ୫୫ ଇଞ୍ଚ ବିକଳ୍ପ ସହିତ ଗ୍ରାହକଙ୍କୁ ଉପଲବ୍ଧ କରାଉଛି କମ୍ପାନୀ ।

ଏହି ନୂଆ ଟିଭି ଲାଇନ-ଅପରେ ଡୁଆଲ ବ୍ୟାଣ୍ଡ୍ ଓ୍ବାଇ-ଫାଇ, ବ୍ଲୁଟୁଥ୍ ୫.୦, ଗୁଗଲ ଭଏସ୍ ଆସିଷ୍ଟାଣ୍ଟ୍ ଏବଂ ଆହୁରି ଅନେକ ଫିଚର ରହିବ । ଏହି ଟିଭିରେ ବର୍ଷେ ଓ୍ବାରେଣ୍ଟି ପାଇପାରିବେ ଗ୍ରାହକ । ଏବେ ଗ୍ରାହକ ଏହାକୁ ଫ୍ଲିପକାର୍ଟରେ ପାଇପାରିବେ ।

୩୨ ଇଞ୍ଚର ଏଚ ଏଲଇଡି ଟିଭିର ଦାମ୍ ୧୦,୯୯୯ ଟଙ୍କା ରଖିଛି କମ୍ପାନୀ । ସେହିଭଳି ୪୩ ଇଞ୍ଚ ଟିଭିର ଦାମ୍ ୨୧,୯୯୯ ଟଙ୍କା ରହିଛି । ୫୫ ଇଞ୍ଚ ଟିଭିର ଦାମ୍ ୩୪,୯୯୦ ଟଙ୍କା ରଖାଯାଇଛି । ଗ୍ରାହକ ଏହାକୁ ବ୍ୟାଙ୍କ ଅଫର ସହିତ ପୁରୁଣା ଟିଭି ବଦଳାଇ ମଧ୍ୟ କିଣିପାରିବେ । ଟିଭିରେ ୧୦ ହଜାରରୁ ଅଧିକ ଆପ୍ସ ଡାଉନଲୋଡ୍ କରିହେବ । ଏଥିରେ ଟ୍ବିନ୍ ସ୍ପିକର ରହିଛି ଯାହା ଡଲବି ଅଡିଓ ସପୋର୍ଟ ସହିତ ଉତ୍ତମ ସାଉଣ୍ଡ ପ୍ରଦାନ କରିବ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od