Friday, February 14, 2025
Friday, February 14, 2025
Home ଆମ ଓଡ଼ିଶା କମୁଛି ଅଶୋଧିତ ତୈଳ ଦର, ଗ୍ରାହକଙ୍କୁ ମିଳୁନି ଲାଭ

କମୁଛି ଅଶୋଧିତ ତୈଳ ଦର, ଗ୍ରାହକଙ୍କୁ ମିଳୁନି ଲାଭ

by
0 comment

ଭୁବନେଶ୍ୱର : ମନମୋହନଙ୍କ ସରକାର ସମୟରେ ପେଟ୍ରୋଲିୟମ ଜାତ ତୈଳ ଦଳକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରି ବଜାର ସମ୍ବନ୍ଧିତ କରି ଦିଆଗଲା। ଅର୍ଥାତ୍ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ପରିବର୍ତ୍ତନ ହେଲେ ଆମ ଦେଶରେ ମଧ୍ୟ ତୈଳ ବିଶୋଧନାଗାର ଅନୁଷ୍ଠାନ ବା କମ୍ପାନୀମାନେ ବିଶୋଧିତ ତୈଳ ମୂଲ୍ୟକୁ କମ୍ /ବେଶି କରୁଥିଲେ। ଏହା ଜନ ସାଧାରଣ ଉପକୃତ ହେଉଥିଲେ।

ମାତ୍ର ଦେଶଭକ୍ତ ଦଳ ଭାବରେ ପ୍ରଚାର କରି ଶାସନକୁ ଆସି ମୋଦୀଙ୍କ ସରକାର ବୋଧହୁଏ ଦେଶବାସୀଙ୍କ ବିଷୟ ଭୁଲି ଗଲେ। ପ୍ରାୟ ଦଶ ବର୍ଷ ଧରି ବହୁତ ଅର୍ଥ ଦଣ୍ଡ ସରକାରଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜନତା ଜନାର୍ଦ୍ଦନ ଦେଇସାରିଛନ୍ତି। ଏବେ ବୋଧହୁଏ ଗତ ସଂସଦ ନିର୍ବାଚନ ଫଳକୁ ଦେଖି ଏବଂ ଆଗକୁ ଥିବା ରାଜ୍ୟଗୁଡ଼ିକର ନିର୍ବାଚନକୁ ଆଶା ରଖି ମୂଲ୍ୟ ସାମାନ୍ୟ କମ୍ କରାଯାଇଛି। ଦେଶବାସୀଙ୍କୁ ଶୋଷଣ କରି ଦେଶର ସମ୍ବଳ ବୃଦ୍ଧି କରିବା ବିଜ୍ଞତାର ପରିଚାୟକ ନୁହେଁ। ଦେଶବାସୀଙ୍କ ସହନଶୀଳତାର ପରୀକ୍ଷା ନକରି ପ୍ରତ୍ୟେକ ଦଳର ସରକାର ସମସ୍ତ ଜନସାଧାରଣଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବା ଉଚିତ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od