Monday, February 24, 2025
Home Home Left ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପ୍ରଥମ ଚାର୍ଜଶିଟ୍‌ ଦାଖଲ କଲା ସିବିଆଇ

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପ୍ରଥମ ଚାର୍ଜଶିଟ୍‌ ଦାଖଲ କଲା ସିବିଆଇ

by
0 comment

ନୂଆଦିଲ୍ଲୀ,୧ା୮: ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ୧୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସେମାନେ ପ୍ରଶ୍ନପତ୍ର ପ୍ରଘଟ ସହ ଅନ୍ୟାନ୍ୟ ଅନିୟମିତତାରେ ସମ୍ପୃକ୍ତ ଥିଲେ ବୋଲି ଚାର୍ଜଶିଟ୍‌ରେ ଦର୍ଶାଯାଇଛି।

ଅଭିଯୁକ୍ତମାନେ ହେଲେ ନୀତୀଶ କୁମାର, ଅମିତ୍‌ ଆନନ୍ଦ, ସିକନ୍ଦର ଯାଦବେନ୍ଦୁ, ଆଶୁତୋଷ କୁମାର-୧, ରୋଶନ କୁମାର, ମନୀଷ ପ୍ରକାଶ, ଆଶୁତୋଷ କୁମାର-୨, ଅଖିଳେଶ କୁମାର, ଅଭଦେଶ କୁମାର, ଅନୁରାଗ ଯାଦବ, ଅଭିଷେକ କୁମାର, ଶିବନନ୍ଦନ କୁମାର ଏବଂ ଆୟୁଷ ରାଜ।

ସେମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପାଇଁ ତଦନ୍ତକାରୀ ସଂସ୍ଥା ଅତ୍ୟାଧୁନିକ ଫୋରେନ୍‌ସିକ୍‌ ଟେକ୍‌ନିକ୍‌, କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି, ସିସିଟିଭି ଫୁଟେଜ୍‌, ଟାଓ୍ବାର ଲୋକେଶନ ଆନାଲିସିସ୍‌ ଆଦିର ବ୍ୟବହାର କରିଥିଲା। ସିବିଆଇ ମୋଟ ୫୮ଟି ସ୍ଥାନରେ ଚଢ଼ାଉ କରିବା ସହ ୪୦ ଜଣଙ୍କୁ ଗିରଫ କରିଛି।

ବିହାରରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏତଲା ଦାଏର ହୋଇଥିବାବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ପରୀକ୍ଷାର୍ଥୀଙ୍କ ସ୍ଥାନରେ ଅନ୍ୟମାନେ ପରୀକ୍ଷା ଦେବା ଏବଂ ଅସାଧୁ ଉପାୟ ଅବଲମ୍ବନ ନେଇ ଏତଲା ଦାଏର ହୋଇଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମେ’ ୫ରେ ଦେଶବ୍ୟାପୀ ୪,୭୫୦ ପରୀକ୍ଷା କେନ୍ଦ୍ରରେ ଏନ୍‌ଇଇଟି-ୟୁଜି ପରୀକ୍ଷା ହୋଇଥିଲା, ଯେଉଁଥିରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗ ନେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od