Sunday, February 23, 2025
Home odia news ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ : ବୁଧବାର ରାଶିଫଳ

ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ : ବୁଧବାର ରାଶିଫଳ

by
0 comment

ମେଷ: ରାଜତୁଲ୍ୟ ଧନସମ୍ପଦଯୁକ୍ତ ହେବେ; ମାତ୍ର କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ପତ୍ନୀ ରୂପବତୀ ହେବେ। ଭୋଗ ବିଳାସ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସା ମିଳିବ।
ବୃଷ: ସତ୍ୟବକ୍ତା ଓ ଅତିଥିପରାୟଣ ହେବେ। ସ୍ବାଭିମାନୀ ହେବେ। ନ୍ୟାୟାଧୀଶ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତର ସୂଚନା ମିଳୁଛି। ଧନବାନ୍‌ ହେବେ। ଶାସ୍ତ୍ର ଅଧ୍ୟୟନରେ ମନ ଦେବେ।
ମିଥୁନ : ବିଦ୍ବାନ୍‌ ହେବେ। କୁଶଳୀ ବ୍ୟବସାୟୀ ହୋଇପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ। ସଫଳ ପ୍ରେମୀ ହେବେ।

କର୍କଟ: ବିବେକୀ ହେବେ। ପତ୍ନୀ ସେହ୍ନୀ ହୋଇପାରନ୍ତି। ଶତ୍ରୁକୁ ମୁକାବିଲା କରିବାରେ ପାରଙ୍ଗମ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ମାତୃଭକ୍ତ ଓ ଉଚ୍ଚାଭିଳାଷୀ ହେବେ।
ସିଂହ: ଚତୁର ଓ ଧନ ସଂଗ୍ରହକାରୀ ହେବେ। ପତ୍ନୀ, ପୁତ୍ର ସମେତ ସୁଖ ଭୋଗକାରୀ ହେବେ। ପବିତ୍ର ହୃଦୟବାନ୍‌ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। କୀର୍ତ୍ତିମାନ୍‌, ଯଶସ୍ବୀ ଓ ବିଶ୍ବସନୀୟ ହେବେ। କନ୍ୟା:ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ନୀତିଜ୍ଞ ହେବେ। ଯାନବାହନ ସୁଖ ମିଳିବ। ଆୟର ମାର୍ଗ ଉନ୍ମୁକ୍ତ ଥିଲେ ବି ପରିମାଣ ସ୍ବଳ୍ପ ହୋଇପାରେ। ପରଧନରେ ଧନୀ ହୋଇପାରନ୍ତି। ମନୋରଞ୍ଜନକାରୀ ହେବେ।
ତୁଳା: ସାହସୀ ହେବେ। ଯୌଥ ପରିବାରଯୁକ୍ତ ହୋଇପାରନ୍ତି। କଳକୌଶଳ ପ୍ରୟୋଗକରି ଅଭିଳାଷ ପୂରଣ କରିବେ। ଧୈର୍ଯ୍ୟବାନ୍‌ ଓ ସୌଭାଗ୍ୟଶାଳୀ ହେବେ। ରାଜଯୋଗ ଥିବାରୁ ଉଚ୍ଚାସନ ମିଳିବ।
ବିଛା: ସୁନ୍ଦର ଓ କୋମଳ ଶରୀର ସମ୍ପନ୍ନ ହେବେ। ପିତୃଭକ୍ତ ହେବେ। ପାପ କାମକୁ ଭୟ ଓ ବର୍ଜନ କରିପାରନ୍ତି। ସୁଖ, ସ୍ବାଚ୍ଛନ୍ଦ୍ୟ ଭୋଗ କରିପାରନ୍ତି। ସଙ୍ଗୀତ ପ୍ରେମୀ ହେବେ। ସରକାରୀ ସ୍ତରରୁ ଅର୍ଥ ମିଳିବ।
ଧନୁ: ସତ୍ୟବକ୍ତା ଓ ବିଳାସପ୍ରିୟ ହୋଇପାରନ୍ତି। ଆସ୍ତିକ ହେବେ। ଗଣିତଜ୍ଞ ହୋଇପାରନ୍ତି। ମହାଧନୀ ହୋଇପାରନ୍ତି। ମିତ୍ର ଓ ବନ୍ଧୁଯୁକ୍ତ ହେବେ। କଳାକୁଶଳୀ ହେବେ। ଦୈବୀ ଶକ୍ତିର ସହାୟତା ମିଳିପାରେ।
ମକର : ନିଜ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁର ହେବେ। ସୁଶିକ୍ଷିତ ଓ ଧନୀ ହୋଇପାରନ୍ତି। ଦୂରଦର୍ଶୀ ହେବେ। ଈଶ୍ବରୀୟ ସତ୍ତାର ଅନୁଭବୀ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ।

କୁମ୍ଭ:ନୀରୋଗ ଶରୀର ଓ ବିନୀତ ସ୍ବଭାବସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ। ସୁଶାସକ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମୀନ: ମନ ପ୍ରସନ୍ନ ରହିବ। ମଧୁରଭାଷୀ ହେବେ। ସମ୍ପତ୍ତି ଓ ସନ୍ତତିବାନ୍‌ ହୋଇପାରନ୍ତି। ସଦାଚାରୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ସ୍ବଅର୍ଜିତ ଧନରେ ସୁଖ ଭୋଗ କରିପାରନ୍ତି। ବ୍ୟବହାର ମଧୁର ହେବ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od