ଡେସ୍କ: ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ଆଗାମୀ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଦୁବାଇ ଅଭିମୁଖେ ଯାତ୍ରା କରିଛି। ରୋହିତଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଉପଅଧିନାୟକ ଶୁଭମନ ଗିଲ୍ ଏବଂ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦଳରେ ସାମିଲ ହୋଇଥିଲେ।
ଫେବ୍ରୁଆରି ୨୦ରେ ବାଂଲାଦେଶ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ, ଫେବ୍ରୁଆରି ୨୩ରେ ପାକିସ୍ତାନ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇ ପ୍ରୋଫାଇଲ୍ ମ୍ୟାଚ୍ ଖେଳିବ। ଜସପ୍ରିତ ବୁମ୍ରା ଆହତ କାରଣରୁ ବାଦ୍ ପଡ଼ିଥିବାରୁ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ପାଖରେ ଖେଳିବାର ସୁଯୋଗ ଥିବା ବେଳେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରଭାବ ପକାଇବା ଆଶା କରାଯାଉଛି।
ସୂଚନାଯୋଗ୍ୟ, କୋହଲି ୧୪ ହଜାର ଦିନିକିଆ ରନରେ ପହଞ୍ଚିବା ଠାରୁ ୩୭ ରନ୍ ଦୂରରେ ଥିବା ବେଳେ ରୋହିତଙ୍କୁ ଏଲିଟ୍ ୧୧ ହଜାର ରନ୍ କ୍ଲବରେ ସାମିଲ ହେବାକୁ ୧୨ ରନ୍ ଦରକାର।