ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୪୯ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୫୦ ରନର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ଶ୍ରେୟସ ଆୟାରଙ୍କ ଗୁରୁତ୍ଵପୂର୍ଣ୍ଣ ୭୯ ରନ ଏବଂ ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୫ ରନ ବଳରେ ଭାରତ ୨୪୯ ରନ କରିବାକୁ ସକ୍ଷମ ହୋଇଥିଲା। ଦୁଇ ଓପନର ଯୋଡ଼ି ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ସମେତ ବିରାଟ କୋହଲି ଆଜି ବ୍ୟାଟିଂ ବିଫଳତାର ଶିକାର ହୋଇଥିଲେ। ଯାହାଫଳରେ ଦଳକୁ ବଡ଼ ସ୍କୋର କରିବାକୁ ସଂଘର୍ଷ କରିବାକୁ ପଡ଼ିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନେରୀ ଘାତକ ବୋଲିଂ କରିଥିଲେ। ସେ ୮ ଓଭରରେ ୪୨ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। କାଇଲ ଜେମିସନ, ଓ୍ବିଲ ଓ ରୁରକେ, ମିଚେଲ ସାଣ୍ଟନର, ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡକୁ ୨୫୦ ରନର ବିଜୟଲକ୍ଷ୍ୟ ଦେଲା ଭାରତ
0
previous post