ସମାଜ ଡିଜିଟାଲ ଡେସ୍କ: ଆଇପିଏସ ସ୍ତରରେ ଶୁକ୍ରବାର ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ଅଦଳବଦଳରେ କମିଶନରେଟ ପୁଲିସର ଭୁବନେଶ୍ଵର ଏବଂ କଟକ ଡିସିପିଙ୍କୁ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ଭାବେ ବଦଳି କରାଯାଇଛି। ଏସ.ଏମ. ନରଓ୍ବାଣେଙ୍କୁ ଓଏଚଆରସିର ସ୍ଵତନ୍ତ୍ର ଡିଜି, ଅବକାରୀ କମିଶନର ନରସିଂହ ଭୋଳଙ୍କୁ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ସେହିପରି ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜଙ୍କୁ ଆଇଜିପି ଇଣ୍ଟେଲିଜେନ୍ସ, ଦୀପକ କୁମାରଙ୍କୁ ଆଇଜିପି ଅପରେସନ, ସାର୍ଥକ ଷଡ଼ଙ୍ଗୀଙ୍କୁ ସିଆଇଡି-ସିବି ଆଇଜିପି, ନିତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି, ଉମାଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ ଡିଆଇଜି ଭାବେ ବଦଳି କରାଯାଇଛି। ଏହାବ୍ୟତୀତ ଅଖିଳେଶ୍ଵର ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି, ଚରଣ ସିଂହ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି।
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଭୁବନେଶ୍ଵର ଓ କଟକ ଡିସିପି
1
previous post