Friday, February 28, 2025
Home ଅପରାଧ ପେଟ୍ରୋଲ ପମ୍ପ ପରିସରରୁ ଟ୍ରକ ଲୁଟ

ପେଟ୍ରୋଲ ପମ୍ପ ପରିସରରୁ ଟ୍ରକ ଲୁଟ

by
0 comment

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରୁ ଟ୍ରକ ଲୁଟ୍‌ ହୋଇଛି। ଗାଡ଼ିକୁ ପାର୍କିଂ କରି ଡ୍ରାଇଭର ଏକ ହୋଟେଲରେ ଶୋଇଥିବାବେଳେ ଟ୍ରକଟି ଚୋରି ହୋଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ବିହାରର ଡ୍ରାଇଭର ମିଥେଲେସ କୁମାର ନିଜ ଟ୍ରକ(ବି ଆର ୦୧ ଜିଏମ ୩୭୨୧)କୁ ପେଟ୍ରୋଲ ପମ୍ପ ପରିସରରେ ମଙ୍ଗଳବାର ରାତି ୧୧ଟା ବେଳେ ପାର୍କିଂ କରି ନିକଟରେ ଥିବା ଏକ ହୋଟେଲରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ମିଥେଲେସ ଉଠି ଦେଖିବା ସମୟରେ ଟ୍ରକଟି ପାର୍କିଂ ସ୍ଥଳରେ ନ ଥିଲା। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ସୁଦ୍ଧା ଟ୍ରକର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶେଷରେ ଟ୍ରକଟି ଚୋରି ହୋଇଯାଇଥିବା ଜାଣି ଗୋଳନ୍ଥରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ୯୧/୨୫ରେ ଏକ ମାମଲା ରୁଜୁ କରିଛି। ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରି ଟ୍ରକକୁ ଠାବ କରିବାକୁ ଚଢ଼ାଉ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରେ ଟ୍ରକଟି ଥିବା ସୂଚନା ପାଇଥିବା ଜଣାପଡିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od