ଅଦିନିଆ ବର୍ଷା ଓ କୁଆପଥର ମାଡରେ ଉଜୁଡିଲା ପନିପରିବା ଚାଷ
ପାଟଣା : ଆଜି ସାହାରପଡା ବ୍ଲକ ଅଞ୍ଚଳ ଦାମାହୁଦା, ମାଛଗଡ଼, ଡାଳପକା,ଖଡିକାପଦା, ତେଣ୍ଡେରା ଆଦି ଆଖପାଖ ପଞ୍ଚାୟତ ଅଞ୍ଚଳରେ ପବନ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଫଳରେ ପନିପରିବା ଚାଷ ଉଜୁଡି ଯାଇଛି।ଚାଷୀମାନେ ବୋଇତାଳୁ, ବାଇଗଣ, ବିଲାତି, ଜହ୍ନି, ଫୁଲକୋବି, କାକୁଡ଼ି, ଲଙ୍କା ଆଦି ଚାଷ କରିଥିବା ବେଳେ କୁଆପଥର ମାଡରେ ପନିପରିବା ଚାଷୀମାନେ ବେଶୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ବଜାର ଦର ଏବେ ଉଚ୍ଚା ନଥିଲେ ମଧ୍ୟ ପନିପରିବା ଚାଷରୁ ମୂଳ ଅର୍ଥ ଫେରିପାଇବା ଲକ୍ଷରେ ଚାଷୀ ଫସଲ ଜଗିରହିଥିବା ବେଳେ ଆଜିର କୁଆପଥର ମାଡ଼ ପନିପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବା ଭଳି ଘଟଣା ଘଟାଇଛି।