ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ କଥାବାଚକ ତଥା ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଛୋଟ ଝିଅ ଜଣକ ବଦ୍ରିନାଥ ଧାମର ମହାରାଜ ଯୋଗେଶ୍ୱରଦାସଙ୍କ କୋଳରେ ବସିଛି। ଯାହାଙ୍କ ସହିତ ବାଗେଶ୍ୱର ଧାମ ସରକାର କଥା ହେଉଛନ୍ତି।
ଏହି ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଶିଶୁ ଜଣଙ୍କୁ କହୁଛନ୍ତି,‘ ମିଛ କୁହ ନାହିଁ। ଏହାର ଉତ୍ତର ଦେଇ ଶିଶୁ ଜଣକ କହୁଛି, ‘ ଆପଣ ବି ତ କହୁଛନ୍ତି।’
ଧୀରେନ୍ଦ୍ର ଶାନ୍ତ୍ରୀ ଶିଶୁ ସହିତ ଏପରି ଭାବେ କିଛି ସମୟ କଥା ହେବାପରେ ଛୋଟ ଝିଅ ଜଣକ ବାବାଙ୍କୁ କହିଥିଲା, ‘ ବାବା ଆପଣ ବହୁତ ଗପୁଛନ୍ତି।’
ଝିଅ ଠାରୁ ଏପରି କଥା ଶୁଣି ଧରେନ୍ଦ୍ର ଶାନ୍ତ୍ରୀଙ୍କ ସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଠୋଠୋ ହୋଇ ହସିବାକୁ ଲାଗିଥିଲେ।
ଶିଶୁ ମୁ୍ଖରୁ ଏଭଳି କଥା ଶୁଣି ଧୀରେନ୍ଦ୍ର ଶାସ୍ତ୍ରୀ ପଚାରିଲେ, ଭାଇ ଇଏ କାହାର ଝିଅ, ଦୟାକରି ତାଙ୍କୁ ଡକାନ୍ତୁ। ଝିଅଟି ଏହାର ମଧ୍ୟ ଉତ୍ତର ଦେଇ କହଥିଲା, ‘ ମୁଁ ବିଶାଲଙ୍କ ଝିଅ।’
ଭାଇରାଲ ଭିଡିଓଟି ପ୍ରୟାଗରାଜର ମହାକୁମ୍ଭରେ ଆୟୋଜିତ ହୋଇଥିବା ତିନି ଦିନିଆ କଥାର ବୋଲି କୁହାଯାଉଛି। କୁହାଯାଉଛି ଯେ ଝିଅର ବାପାଙ୍କ ନାମ ବିଶାଲ ଶର୍ମା । ଯିଏକି ବଦ୍ରିନାଥ ଧାମର ମହାରାଜଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟର, ଝିଅ ଏବଂ ବାଗେଶ୍ୱର ଧାମ ମହାରାଜଙ୍କ ମଧ୍ୟରେ ଏକ କଥାବାର୍ତ୍ତା ହୋଇଥିଲା ଯାହା ଭାଇରାଲ ହେବାରେ ଲାଗିଛି।