Wednesday, February 5, 2025
Wednesday, February 5, 2025
Home Latest ବାପାଙ୍କ ମୃତ ଶରୀରକୁ ଦୁଇଭାଗ କରିବାକୁ ଜିଦ ଧରିବସିଥିଲେ ଦୁଇଭାଇ

ବାପାଙ୍କ ମୃତ ଶରୀରକୁ ଦୁଇଭାଗ କରିବାକୁ ଜିଦ ଧରିବସିଥିଲେ ଦୁଇଭାଇ

by
0 comment

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାର ଜତାରା ଥାନାର ଲିଧୋରା ତାଲ ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାପାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରକୁ  ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା। 
ଏହି ବିବାଦ ଏତେ ବଢ଼ି ଯାଇଥିଲା କି ଦୁଇ ଭାଇ ମୃତ ବାପାଙ୍କ ଶରୀରକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଜିଦ ଧରି ବସିଥିଲେ।  ।

ସୂଚନାଯୋଗ୍ୟ, ସୋମବାର ସକାଳେ ଲିଧୋରା ତାଲର ବାସିନ୍ଦା ୮୫ ବର୍ଷୀୟ ଧ୍ୟାନୀ ସିଂହ ଘୋଷଙ୍କ ମୃତ୍ୟୁ ହୋଇଛି। ଘୋଷଙ୍କ ମୃତ୍ୟୁ ପରେ ପୁଅ ଦାମୋଦର ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ କରିଥିଲେ। 
ଏହି ସମୟରେ ଘୋଷଙ୍କ ବଡ଼ ପୁଅ କିଶନ ସିଂହ ଘୋଷ ତାଙ୍କ ପୁଅ ଏବଂ ଅନ୍ୟ କିଛି ଲୋକଙ୍କ ସହିତ  ସାନଭାଇ ଦାମୋଦରଙ୍କ ଘରେ ପହଞ୍ଚି ପିତାଙ୍କ ଶେଷକୃତ୍ୟ ସେ କରିବେ ବୋଲି ଜିଦ୍ ଧରିଥିଲେ।

କିଶନ ସିଂହଙ୍କୁ ବାପାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାକୁ ଭାଇ ଦାମୋଦର ମନା କରି କହିଥିଲେ, ‘ମୁଁ ବାପାଙ୍କ ସହିତ ରହୁଥିଲି। ତାଙ୍କ ଯତ୍ନ ମୁଁ ନେଉଥିଲି। ତାଙ୍କର ଭଲମନ୍ଦ ସବୁକିଛି ମୁଁ ବୁଝୁଥିଲି। ତେଣୁ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାର ଅଧିକାର ମୋର ଅଛି।’   

ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା।  ଗାଁ ଲୋକ ଏବଂ ସମ୍ପର୍କୀୟମାନେ ଉଭୟ ଭାଇଙ୍କୁ ଏକାଠି ବାପାଙ୍କ ଶେଷକୃତ୍ୟ କରିବାକୁ ରାଜି କରାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ବଡ଼ ଭାଇ କିଶନ ଏଥିପାଇଁ ଆଦୌ ରାଜି ହୋଇ ନଥିଲେ। ସେ କହିଥିଲେ ଯେ ତାଙ୍କ ବାପାଙ୍କ ମୃତଦେହକୁ ଦୁଇଟି ଭାଗରେ କାଟି ଦିଆଯିବା ଉଚିତ। ଯାହା ଦ୍ୱାରା ଉଭୟ ଭାଇ ପୃଥକ ଭାବରେ ବାପା ଶେଷକୃତ୍ୟ କରିପାରିବେ। 

ମାମଲାର ସମାଧାନ ହୋଇ ନପାରିବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସର ହସ୍ତକ୍ଷେପ ପରେ ମୃତକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od