ନିରାକାରପୁର,୨୮।୧(ମାନସ ଚନ୍ଦ ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସମବାୟ ସମିତି କାଶୀପୁର -୨ ସୋସାଇଟିର ସମ୍ପାଦକ ଗୌର ଗୋବିନ୍ଦ ପଟ୍ଟନାୟକ ଏବଂ ଆଉ ଜଣେ ବ୍ୟକ୍ତି ସୋସାଇଟି ଗୃହ ମଧ୍ୟରେ ଖୁଲମଖୁଲା ମଦପିଉଥିବା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏ ନେଇ ସମ୍ପାଦକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ ।
ଏନେଇ ଜଲା ଡିଆରସିସି ଅଳକା ଜେନାଙ୍କୁ ପଚାରିବାରେ ଏହାକୁ ନେଇ ତଦନ୍ତ ଚାଲୁ ରହିଛି ବୋଲିସେ ସୂଚନା ଦେଇଛନ୍ତି ।