ଶିରୁଳି ମହାବୀର ମନ୍ଦିରରୁ ଚୋରି. ଚନ୍ଦନପୁର ପୁଲିସର ଛାନଭିନ ଆରମ୍ଭ
ପୁରୀ: ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି। ଲୁଟେରାମାନେ ପ୍ରସ୍ଥାନ ପଟେ ଲୁହା ଗେଟ କାଟି ମନ୍ଦିରରେ ପ୍ରବେଶ ପରେ ଲୁଟ କରିଥିବା ଜଣାପଡ଼ିଛି। ଲୁଟେରାମାନେ ଦାନବାକ୍ସ ସହ ମନ୍ଦିରରୁ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ଚୋରିବେଳେ ଗାଁର ବିଦ୍ୟୁତ କାଟିବା ସହ ସିସିଟିଭି ତାର କାଟିଥିଲେ ଲୁଟେରା। ପ୍ରସ୍ଥାନ ପଟେ ଲୁହା ଗେଟ କାଟି ସେମାନେ ମନ୍ଦିରରେ ପ୍ରବେଶ କରିଥିଲେ। ଏହାପରେ ମନ୍ଦିରରୁ ଦାନବାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଶିରୁଳି ମହାବୀର ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ଚନ୍ଦନପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।