Sunday, February 23, 2025
Home Home ଘରକୁ ମାଡ଼ିଗଲା ହାଇଓ୍ବା: ବର୍ତ୍ତିଗଲେ ପରିବାର

ଘରକୁ ମାଡ଼ିଗଲା ହାଇଓ୍ବା: ବର୍ତ୍ତିଗଲେ ପରିବାର

by
0 comment

ଆସିକା,୨୧।୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଏନ୍‌ଏସିର ସୁନାମ୍ବ ରଥ ଦାଣ୍ଡସାହି ନୃସିଂହ ମନ୍ଦିର ନିକଟରେ ମଙ୍ଗଳବାର ଭୋର ୫ଟା ସମୟରେ ଏକ ବାଲି ବୋଝେଇ ହାଇୱା ରାସ୍ତାକଡରେ ଥିବା ଏକ ଘର ଉପରକୁ ମାଡି ଯାଇଛି। ତେବେ ଏହି ଦୁର୍ଘଟଣାରେ ସେହି ଘରର ବାରଣ୍ଡା ଓ ପାଇପ ଲାଇନ ଭାଙ୍ଗି ନଷ୍ଟ ହୋଇଥିବାବେଳେ ଘରେ ରହୁଥିବା ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଏହି ଘଟଣା ପରେ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି l ଉତ୍ତ୍ୟକ୍ତ ଜନ ସାଧାରଣ ବାଲି ବୋଝେଇ ହାଇୱା ଓ ଅନ୍ୟ ଏକ ହାଇୱାକୁ ଅଟକାଇ ରଖିଥିଲେ l ଖବର ପାଇ ଆସିକା ଏସ୍‌ଡିପିଓ ଗିରିଜା ନନ୍ଦନ ପଟ୍ଟନାୟକ, ଏଏସ୍‌ଆ ଶୁଭାଷିଶ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗାଡି ଦୁଇଟିକୁ ଥାନାକୁ ଆଣି ଅଟକ ରଖିଛନ୍ତି l
ମଙ୍ଗଳ ପୁର-ଋଷିକୁଲ୍ୟା ବାଲି ଘାଟରୁ ଜନବସତି ଅଞ୍ଚଳ ଚଢିଆ ପୋଲି, ସୁନାମ୍ବ ସାହି, ତାଲୁକା ରୋଡ, ପାକଲା ପୋଲି ଦେଇ ଏଭଳି ପ୍ରତିଦିନ ବାଲି ବୋଝେଇ ହାଇୱାର ଚଳାଚଳକୁ ନେଇ ପୁର୍ବରୁ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ବିରୋଧ ଓ ପ୍ରତିବାଦ କରାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଏହାର ସମାଧାନ ନେଇ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି l

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od