ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ସମସ୍ତେ ଅନୁପ୍ରାଣିତ । ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ । ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ ।
ସେହିଭଳି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନରେ ଦାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବିଶେଷ ଭାବରେ ଵର୍ଣ୍ଣନା କରିଛନ୍ତି । ଜଣେ ବ୍ୟକ୍ତି ଦାନ କରିବା ଦ୍ୱାରା ଅଧିକ ଧନୀ ହୋଇଥାଏ ବୋଲି କହିଛନ୍ତି ।
ନୀତି ଶାସ୍ତ୍ର ଅନୁସାରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କିଛି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ଜଣେ ବ୍ୟକ୍ତିର ଭାଗ୍ୟ ବଦଳିଯାଇଥାଏ । ଜଣେ ଧନୀ ବ୍ୟକ୍ତି ଗରିବ ଏବଂ ଦରିଦ୍ର ଲୋକଙ୍କୁ ମନଖୋଲି ସାହାଯ୍ୟ କରିବା ଉଚିତ । ଏହା କରିବା ଦ୍ୱାରା ବ୍ୟକ୍ତି ଜଣକ ଧାର୍ମିକ ଓ ସାମାଜିକ ଦୃଷ୍ଟିରୁ ଭଲ ଅନୁଭବ କରିଥାଏ ।
ବ୍ୟକ୍ତି ଜଣକ ଧାର୍ମିକ କାର୍ଯ୍ୟକଳାପ କ୍ଷେତ୍ରରେ ଖୋଲାଖୋଲି ଭାବରେ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ । ମନ୍ଦିର କିମ୍ବା କୌଣସି ତୀର୍ଥ ସ୍ଥାନରେ ଦାନ ଦେବା ପାଇଁ ପଛଘୁଞ୍ଚା ଦେବାକଥା ନୁହେଁ । ଦାନ କରିବା କେବଳ ଅନେକ ଲୋକଙ୍କୁ ଖାଲି ଲାଭ ଦେଇ ନଥାଏ ବରଂ ଅନେକ ଉପାୟରେ ସନ୍ତୁଷ୍ଟି ମିଳିଥାଏ ।
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ସୈଫଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀର ଫଟୋ
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ, ଦୁନିଆରେ କଲ୍ୟାଣ ତଥା ସାମାଜିକ କାର୍ଯ୍ୟରେ ଭାଗନେବା ସମସ୍ତଙ୍କ ଦାୟିତ୍ୱ ଅଟେ । ଜଣେ ବ୍ୟକ୍ତି ସବୁବେଳେ ତାଙ୍କ ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ସାମାଜିକ କାର୍ଯ୍ୟରେ ଯୋଗଦେବା ଉଚିତ । ଏବଂ ମନଖୋଲି ଟଙ୍କା ଖର୍ଚ୍ଚ କରିବା ଉଚିତ ।
ଅଧିକ ପଢ଼ନ୍ତୁ: ଛତିଶଗଡ଼: ପୁଲିସ ଗୁଳିରେ ୧୨ ମାଓବାଦୀ ମୃତ