Monday, January 13, 2025
Monday, January 13, 2025
Home ଅପରାଧ ୧୦ ତାରିଖରେ ମୁଣ୍ଡ କାଟିବୁ କହିଥିଲେ: ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ, ନଚେତ ଏନକାଉଣ୍ଟର କରାଯାଉ

୧୦ ତାରିଖରେ ମୁଣ୍ଡ କାଟିବୁ କହିଥିଲେ: ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ, ନଚେତ ଏନକାଉଣ୍ଟର କରାଯାଉ

by
0 comment

ଭୁବନେଶ୍ୱର: ପୁଲିସ ମିତ୍ର ସହଦେବ ନାୟକ ହତ୍ୟା ଘଟଣାକୁ ନେଇ ରାଜଧାନୀରେ ଲାଗି ରହିଛି ହଟଚମଟ। ସହଦେବ ନାୟକ ହତ୍ୟା ମାମଲାରେ ପତ୍ନୀଙ୍କ ବଡ଼ ଖୁଲାସା କରି କହିଛନ୍ତି ଯେ ହତ୍ୟାକାରୀମାନେ ଆଗରୁ ହତ୍ୟାର ଡେଟ ଦେଇଥିଲେ। ୧୦ତାରିଖ ଦିନ ମୁଣ୍ଡକାଟି ଥାନାରେ ହ୍ୟାଣ୍ଡଓଭର କରିବୁ କହିଥିଲେ। ଆମ ପାଖକୁ ଧମକପୂର୍ଣ୍ଣ ମେସେଜ ଆସୁଥିଲା। ସ୍ୱାମୀ ଥାନାକୁ ଯାଇଥିଲେ। ଆମେ ଅଛୁ ତୋର କିଛି ହେବନି କହିଥିଲା ପୁଲିସ। ବ୍ରାଉନ ସୁଗାର ମାମଲାରେ ଲିପିକା ଜେଲ ଯାଇଥିଲା। ମୋ ସ୍ୱାମୀ ଧରାଇଦେଇଥିବା ସେ ଭାବୁଥିଲା। ଜେଲରୁ ବାହାରି ଲିପିକା ଯୋଜନା କରିଥିଲା। ବ୍ରାଉନ ସୁଗାର ବେପାରକୁ ମୋ ସ୍ୱାମୀ ବିରୋଧ କରୁଥିଲେ। ହତ୍ୟାଘଟଣାରେ ଆଉ ୩ଜଣ ମାଷ୍ଟର ମାଇଣ୍ଡ ଅଛନ୍ତି। ସେମାନେ ଏବେ ଫେରାର ଅଛନ୍ତି, ଆଶା ଧରାପଡ଼ିଯିବେ। ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ, ନଚେତ ଏନକାଉଣ୍ଟର କରାଯାଉ। ଏମାନଙ୍କୁ ବସ୍ତିରୁ ହଟାଯାଉ, ତୁରନ୍ତ ସେମାନଙ୍କ ଘର ଭଙ୍ଗାଯାଉ ବୋଲି ସହଦେବ ନାୟକଙ୍କ ପତ୍ନୀ ପ୍ରକାଶ କରିଛନ୍ତି ।

prayash

ପୁଲିସ ମିତ୍ର ସହଦେବ ନାୟକ ହତ୍ୟା ଘଟଣାର ଗୁମର ଫିଟୁଛି। ହତ୍ୟାକାଣ୍ଡକୁ ନେଇ ରାଜଧାନୀରେ ଲାଗି ରହିଛି ହଟଚମଟ। ଲୋମଟାଙ୍କୁରା ହତ୍ୟାକାଣ୍ଡର ଗୋଟିଏ ପରେ ଗୋଟିଏ ଫିଟୁଛି ଗୁମର। ସ୍ୱାମୀ ଲକ୍ଷ୍ମୀଧର ନାୟକ ସହ ମିଶି ଲିପିକା ନିଜେ ରଚିଥଲା ମର୍ଡର ପ୍ଲଟ। ସହଦେବଙ୍କ ମୁଣ୍ଡଗଣ୍ଡି ଅଲଗା କରିବାକୁ ଲିପିକା ମୂଳରୁ ହିଁ ଯୋଜନା କରିଥିଲା। ଲିପିକା ନାୟକ ଜେଲରୁ ଫେରି ସହଦେବକୁ ହତ୍ୟା କରିଥିଲା। ବ୍ରାଉନସୁଗାର ବ୍ୟବସାୟକୁ ନେଇ ଶତ୍ରୁତା ଲାଗି ରହିଥିଲା।

kalyan agarbati

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od