ଜଣେ ବ୍ୟକ୍ତି ଜଣେ ସାଧୁଙ୍କୁ ଗପଟିଏ କହି ପ୍ରଶ୍ନଟିଏ ପଚାରିଲେ।
ଗପଟି ଏହିପରି। ଜଣେ ଲୋକ ବାଟରେ ଯାଉଥିବା ବେଳେ ଜଣକ ବଗିଚାରେ ଆମ୍ବ ଫଳିଥିବାର ଦେଖିଲା। ଆମ୍ବକୁ ଦେଖିଲା ଆଖି। କିନ୍ତୁ ଗଛ ପାଖକୁ ଗଲା କିଏ? ଗଛ ପାଖକୁ ଗଲା ଗୋଡ଼। ଗଛ ପାଖରେ ପହଞ୍ଚି ଆମ୍ବ ତୋଳିବା ଲାଗି ଉପରକୁ ଉଠିଲା କିଏ? ହାତ। ଦେଖିଲା ଆଖି, ଗଲା ଗୋଡ଼, ଆମ୍ବ ତୋଳିଲା ହାତ। ତା’ ପରେ ତା’ର ସ୍ବାଦ ଚାଖିଲା କିଏ? ସ୍ବାଦ ଚାଖିଲା ଜିଭ। ଦେଖନ୍ତୁ ମହାଭାଗ, ଜିଭ ଚାଖିଲା ସ୍ବାଦ, କିନ୍ତୁ ଆମ୍ବକୁ ରଖିଲା କିଏ? ପେଟ।
ତା’ ମାନେ ଦେଖିଲା ଆଖି, ଗଲା ଗୋଡ଼, ତୋଳିଲା ହାତ, ଚାଖିଲା ଜିଭ, ରଖିଲା ପେଟ।
ଏହି ସମୟରେ ବଗିଚାର ମାଲିକ ଆସି ପହଞ୍ଚିଗଲା। ସେ ଠେଙ୍ଗାଟିଏ ଧରି ସେହି ଲୋକଟିର ପିଠିରେ ନିର୍ଘାତ ପ୍ରହାର କଲା।
ଗପଟି କହିସାରି ସେହି ବ୍ୟକ୍ତି ସାଧୁଙ୍କୁ ପଚାରିଲା- ଭଗବାନଙ୍କ ବିଚାରରେ ଏହା କେମିତିକା ନ୍ୟାୟ? ପିଠିର ଦୋଷ କ’ଣ? ସେ ଖାଇଲା ମାଡ଼!
ସାଧୁ କହିଲେ- ତୁମେ ଗପଟିକୁ ପୂରା ସାରିଲ ନାହିଁ। ତାକୁ ଆଉ ଟିକିଏ ବିସ୍ତାର କର। ପିଠିରେ ନିର୍ଘାତ ପ୍ରହାର ବସିଲା ପରେ ଯେଉଁ ଯନ୍ତ୍ରଣା ହେଲା, ସେଥିରେ ଆଖିରୁ ଅଶ୍ରୁ ବାହାରିଗଲା। ଏବେ ଦେଖ ଯେଉଁ ଆଖି ସବୁ ନାଟର ମୂଳ, ଯେଉଁ ଆଖି ଦେଖିଥିଲା ବୋଲି ଏତେ କଥା ହେଲା, ଶେଷରେ ସେ ହିଁ କାନ୍ଦିଲା। େଯଉଁ ଜିଭ ସ୍ବାଦ ପାଇ ଗଦଗଦ ହୋଇଥିଲା, େସ ପଶ୍ଚାତ୍ତାପ କରି କହିଲା: କାହିଁକି ଏ ଭୁଲ୍ କଲି? ଆଉ କରିବି ନାହିଁ!
କଥାଟିଏ-ଯାଯାବର: କିଏ କରେ, କିଏ ପାଏ?
0