Sunday, February 23, 2025
Home ଆମ ଓଡ଼ିଶା କିରମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ

କିରମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ

by
0 comment

ଝାରସୁଗୁଡା : ହୋଇପାରିଲାନି ଝାରସୁଗୁଡା କିରମିରା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ । ସମିତି ସଭ୍ୟ କିମ୍ବା ସରପଞ୍ଚ କେହି ଭୋଟ୍ ଦେବାକୁ ଆସିଲେନାହିଁ । କେହି ନଆସିବାରୁ ଅପେକ୍ଷା କରି କରି ଶେଷରେ ନିର୍ବାଚନ ଅଧିକାରୀ ଫେରିଯିବାରୁ ଅନାସ୍ଥା ଭୋଟିଂ ହୋଇପାରିନାହିଁ । ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହୋଇଥାନ୍ତା । ତେବେ ନିର୍ବାଚନ ଅଧିକାରୀ ଦୀର୍ଘ ସମୟ ଅପେକ୍ଷା ପରେ ବି କେହି ଆସିନଥିଲେ ।

prayash

ଅନ୍ୟପଟେ ଅନାସ୍ଥା ଭୋଟରେ ଯୋଗଦେବାକୁ ଆସୁଥିବା ପିଆରଆଇ ମେମ୍ବରଙ୍କ ସମେତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଗତକାଲି ରାତିରୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ଗୁରୁବାର ସମ୍ବଲପୁର ଆଇଜିଙ୍କ ଭେଟି ପିଆରଆଇ ସଦସ୍ୟଙ୍କ ପାଇଁ ସୁରକ୍ଷା ମାଗିଥିଲେ ବିଶାଲ ଦାସ । ତାଙ୍କ ବାପାଙ୍କୁ ପୁଲିସ ହତ୍ୟା କରିବା ପରଠୁ ସେ ପୁଲିସକୁ ଦେଖିଲେ ଭୟ କରୁଛନ୍ତି ବୋଲି କହିଥିଲେ । ତେବେ ଗତକାଲି ରାତିରୁ ପୁଲିସ ସେମାନଙ୍କୁ ଅଟକ ରଖିବା ପରେ ଏଭଳି ଗଣତନ୍ତ୍ର ଚଳିବ ନାହିଁ ବୋଲି କହିଛନ୍ତି ବିଶାଲ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od