Friday, February 14, 2025
Friday, February 14, 2025
Home Home ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

by
0 comment

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ ଏଭଳି ପ୍ରସଙ୍ଗ ଉଠାଇ ହିନ୍ଦୁମାନଙ୍କର ନେତା ହୋଇପାରିବେ। ବର୍ତ୍ତମାନ ଜଗତ ଗୁରୁ ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ମଧ୍ୟ ତାଙ୍କ ବିବୃତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ବିବୃତ୍ତିରେ ମତଭେଦ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ମୋହନ ଭାଗବତ ଆମର ଅନୁଶାସକ ନୁହଁନ୍ତି।
ମୋହନ ଭାଗବତଙ୍କ ନିକଟରେ ଦେଇଥିବା ବିବୃତ୍ତିରେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ‘ମୁଁ ମୋହନ ଭାଗବତ ଜୀ ଙ୍କ ବିବୃତ୍ତିରେ ଆଦୌ ସହମତ ନୁହଁ। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋହନ ଭାଗବତ ଆମର ଅନୁଶାସକ ନୁହଁନ୍ତି। ବରଂ ଆମେ ତାଙ୍କର ଅନୁଶାସକ।’ ମୋହନ ଭାଗବତ କହିଥିଲେ ଯେ କେତେକ ଲୋକ ହିନ୍ଦୁମାନଙ୍କର ନେତା ହେବାକୁ ଚେଷ୍ଟା କରୁଛନ୍ତି।
ଜ୍ୟୋତିଶପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭୀମୁକ୍ତେଶ୍ୱରାନନ୍ଦ ରାଷ୍ଟ୍ରୀୟ ସ୍ବଂୟ ସେବାକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ସମାଲୋଚନା କରି ତାଙ୍କୁ ରାଜନୈତିକ ସୁବିଧା ଅନୁଯାୟୀ ବିବୃତ୍ତି ଦେଇଥିବାର ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ତାଙ୍କୁ ଯେତେବେଳେ ଶାସନ କ୍ଷମତା ମିଳିଲା ସେତେବେଳେ ସେ ମନ୍ଦିର-ମନ୍ଦିର କରୁଥିଲେ, ବର୍ତ୍ତମାନ କ୍ଷମତା ମିଳିଯିବାରୁ ସେମାନେ ମନ୍ଦିର ନ ଖୋଜିବାକୁ ପରାମର୍ଶ ଦେଉଛନ୍ତି ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od