Sunday, January 12, 2025
Home Latest ଗାଜା ଚୁକ୍ତିରେ ବିଳମ୍ବ: ଇସ୍ରାଏଲ-ହମାସ୍ କ’ଣ ଚାହୁଁଛନ୍ତି?

ଗାଜା ଚୁକ୍ତିରେ ବିଳମ୍ବ: ଇସ୍ରାଏଲ-ହମାସ୍ କ’ଣ ଚାହୁଁଛନ୍ତି?

by
0 comment

ଜେରୁଜେଲମ: ଚଳିତ ବର୍ଷ ଶେଷ ସୁଦ୍ଧା ହମାସ୍ଇସ୍ରାଏଲ୍ ଯୁଦ୍ଧ ବନ୍ଦ ହୋଇପାରେ ବୋଲି ଆଶା କରାଯାଉଛି। ଗାଜାରେ ସରକାର ଚଳାଉଥିବା ହମାସ  କହିଛି ଯେ, ଯଦି ଇସ୍ରାଏଲ କୌଣସି ନୂତନ ସର୍ତ୍ତ ନ ଲଗାଏ ତେବେ ଏଥର ଅସ୍ତ୍ରବିରତି ହେବାର ସମ୍ଭାବନା ସର୍ବାଧିକ।  

କାଇରୋରେ ହମାସ, ପାଲେଷ୍ଟାଇନ ଇସଲାମିକ ଜିହାଦ ଏବଂ ପପୁଲାର ଫ୍ରଣ୍ଟ ଫର ଲିବରେସନ୍ ଅଫ୍ ପାଲେଷ୍ଟାଇନର ନେତାଙ୍କ ପ୍ରତିନିଧୀ ଦଳ ପରସ୍ପରକୁ ଭେଟିଛନ୍ତି। ଅସ୍ତ୍ରବିରତି ଏବଂ ବନ୍ଧକ ମୁକ୍ତ ଚୁକ୍ତିନାମା ପାଇଁ ଚାଲିଥିବା ବୁଝାମଣା ଉପରେ ଏହି ବୈଠକ ହୋଇଥିଲା। ସମସ୍ତ ତିନୋଟି ସଂସ୍ଥା ପାଖରେ ବନ୍ଧକ ଅଛନ୍ତି।

ହମାସ ଏହାର ବିବୃତିରେ କହିଛି, ନାଟୋ ଆମ ଲୋକଙ୍କ ଉପରେ ଆକ୍ରମଣ ବନ୍ଦ କରିବା ଜରୁରୀ। ନାଟୋର ଏହି ଆଭିମୁଖ୍ୟ ସ୍ଥାୟୀ ଅସ୍ତ୍ରବିରତିରେ ବାଧା ସୃଷ୍ଟି କରୁଛି।  ଅସ୍ତ୍ରବିରତି ଆଲୋଚନାରେ ମତଭେଦ ହେବାର ମୁଖ୍ୟ କାରଣ ହେଉଛି ଅସ୍ତ୍ରବିରତି ଚୁକ୍ତି ନେଇ ଭିନ୍ନ ଭିନ୍ନ ଦାବି।

ହମାସ ଯୁଦ୍ଧର ସ୍ଥାୟୀ ସମାପ୍ତ କରିବାକୁ ଚାହୁଁଥିବାବେଳେ ଇସ୍ରାଏଲ ଏକ ଅସ୍ଥାୟୀ ବିରତି ଚାହୁଁଛି। ଯେଉଁଥିରେ କିଛି ବନ୍ଧକ ମୁକ୍ତ ହେବେ ଏବଂ ଏହା ପରେ ପୁଣି ଯୁଦ୍ଧ ଆରମ୍ଭ ହେବ।

ଆରବ କୂଟନୀତିଜ୍ଞ ଟାଇମ୍ସ ଅଫ୍ ଇସ୍ରାଏଲକୁ କହିଛନ୍ତି ଯେ, ପାଲେଷ୍ଟାଇନ ଦଳର ସାମରିକ ତଥା ଶାସନ କ୍ଷମତାକୁ ନଷ୍ଟ କରିବାକୁ ଇସ୍ରାଏଲ ଏପରି ଦାବି କରୁଛି।

ଅଧିକ ପଢ଼ନ୍ତୁ: ବ୍ରାଜିଲରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୩୮ ଜଣଙ୍କର ମୃତ୍ୟୁ

ସାମରିକ ଅଭିଯାନକୁ ସମାପ୍ତ କରିବାକୁ ଇସ୍ରାଏଲ୍ ଆହ୍ବାନ ଦେଇଥିବାବେଳେ ହମାସ୍ କହିଛି ଯେ, ଅସ୍ତ୍ରବିରତି କେବଳ ଯୁଦ୍ଧକୁ ସମାପ୍ତ କରିବା ପାଇଁ ହେବ। ଏନେଇ ବିଭିନ୍ନ ପାଲେଷ୍ଟାଇନ ଗୋଷ୍ଠୀ ସହିତ ଦ୍ୱିତୀୟ ବୈଠକ ଶୀଘ୍ର ଅନୁଷ୍ଠିତ ହୋଇପାରେ।

ଚଳିତ ସପ୍ତାହ ପୂର୍ବରୁ, ହମାସ କହିଥିଲା ଯେ, ଦୋହା, କତାରରେ ଗାଜା ଅସ୍ତ୍ରବିରତି ଏବଂ ବନ୍ଧକ ବିନିମୟକୁ ନେଇ ଆଲୋଚନା ସକାରାତ୍ମକ ରହିଛି।  ଆଶା କରାଯାଉଛି ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ୭ ଅକ୍ଟୋବର ୨୦୨୩ ଠାରୁ ଇସ୍ରାଏଲ୍ ଏବଂ ହମାସ ଗାଜା ଅଞ୍ଚଳରେ ଯୁଦ୍ଧ କରୁଛନ୍ତି। ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ କତାର ଆମେରିକା ଏବଂ ଇଜିପ୍ଟ ସହିତ ମାସ ମାସ ଧରି ପଣବନ୍ଦୀଙ୍କ ମୁକ୍ତି ପାଇଁ କାର୍ଯ୍ୟ କରିଆସୁଛି।

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟମାସ ବଜାର ଆକ୍ରମଣ: ୭ ଭାରତୀୟ ଆହତ,ମୃତକଙ୍କ ମଧ୍ୟରେ ୯ ବର୍ଷର ଶିଶୁ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od