ଭୁବନେଶ୍ବର: କଟକ ଜିଲ୍ଲା ତ୍ରିଶୁଳିଆ ନରଣପୁରଠାରେ ଥିବା କେଏମ୍ବିବି ପବ୍ଲିକ ସ୍କୁଲକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଅନୁବନ୍ଧିତ କରିଛି। ‘ସମ୍ବାଦ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ’ ଦ୍ବାରା ପରିଚାଳିତ ଏହି ସ୍କୁଲରେ ଏବେ ନର୍ସରିଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇପାରିବ। ସ୍କୁଲର କୋଡ୍-୧୬୩୨୪ ଓ ସିବିଏସ୍ଇ ଅନୁବନ୍ଧିତ ନମ୍ବର-୧୫୩୦୪୪୨ ରହିଛି। ଅଭିଭାବକ, ଶିକ୍ଷକ, ଅଂଶୀଦାରମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ବିଶ୍ବାସ ପାଇଁ ଆଜି ସଫଳତା ମିଳିଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସିବିଏସ୍ଇ ଦ୍ବାରା ସ୍କୁଲ ଅନୁବନ୍ଧିତ ହେବା ପରେ ‘ସମ୍ବାଦ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏହି ସ୍କୁଲ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ ଆଶାପ୍ରକଟ କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଏଠାରେ ନର୍ସରିଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସିବିଏସ୍ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ। ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ସହ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି କେଏମ୍ବିବି ପବ୍ଲିକ ସ୍କୁଲର ଶିକ୍ଷା ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର ସୂଚନା ଦେଇଛନ୍ତି।