Monday, February 24, 2025
Home ଆମ ଓଡ଼ିଶା କଣ୍ଟେନର ଓ ପିକଅପ ମଧ୍ୟରେ ଧକ୍କାରେ ୨ ମୃତ, ୪ ଆହତ

କଣ୍ଟେନର ଓ ପିକଅପ ମଧ୍ୟରେ ଧକ୍କାରେ ୨ ମୃତ, ୪ ଆହତ

by
0 comment

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ କୁଦୋପାଲି ଠାରେ ରବିବାର ସନ୍ଧ୍ୟା ସମୟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ପ୍ରାପ୍ତ ସୁଚନାନୁଯାୟୀ, ସ୍ଥାନୀୟ କେନଘାଟି ଅଞ୍ଚଳରେ ରହି ରେଳବାଇ କଲର୍ଭଟର କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକ ଆଜି ସନ୍ଧ୍ୟା ସମୟରେ ଏକ ପିକଅପ ଗାଡିରେ ସିନ୍ଦୁରପଙ୍କ ଛକକୁ ବଜାର କରିବା ପାଇଁ ଯାଇଥିଲେ। ସେମାନେ ଫେରିବା ସମୟରେ କୁଦୋପାଲି ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ପିକଅପ ଗାଡିକୁ ପଛପଟରୁ ଏକ କଣ୍ଟେନର ଦ୍ରୁତଗତିରେ ଆସି ଅଚାନକ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି।

ଏହି ଦୁର୍ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କୁ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ନିଆଯାଇ ଚିକିତ୍ସା କରାଯାଉଛି। ଦୁର୍ଘଟଣା ପରେ କଣ୍ଟେନର ଚାଳକ ଫେରାର ମାରିଥିବା ବେଳେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉଭୟ ଗାଡିକୁ ଜବତ କରିଛି।

ସଦର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, ଫେରାର ଚାଳକକୁ ଧରିବାକୁ ପ୍ରୟାସ ଚାଲିଛି। ଘଟଣାସ୍ଥଳକୁ ପହୁଞ୍ôଚ ପୁଲିସ ଆହତ ମାନଙ୍କୁ ଚିକିତ୍ସା ପାଇଁ ନେଇଛି। ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଶ୍ରୀ ବାଗ କହିଛନ୍ତି। କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଆନ୍ଧ୍ର ପ୍ରଦେଶ, ବିହାର ଓ ରାୟଗଡ଼ା ଜିଲାର ନିବାସୀ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତ ଓ ଆହତଙ୍କ ପରିଚୟ ମିଳି ନ ଥିବା ବେଳେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ସହିତ ପୁଲିସ ଯୋଗାଯୋଗ କରିଛି ବୋଲି ଜଣାପଡ଼ିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od