Posted inଆମ ଜିଲା ଖବର, କଳାହାଣ୍ଡି
ବାଇକରୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ

ଜୁନାଗଡ଼,୧୦।୧୧(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ନିକଟରେ ବାଇକରୁ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଅଦିତି ପଣ୍ଡା (୫୩)। ତାଙ୍କ ଘର ପିଲିକିଆ ଗ୍ରାମରେ ବୋଲି ଜଣାପଡିଛି। ଶନିବାର ପୂର୍ବାହ୍ନରେ ସ୍ବାମୀ ସୁଶାନ୍ତ ପଣ୍ଡାଙ୍କ ସହ ବାଇକରେ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଚଞ୍ଚରାବାଡି ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
Posted inଆମ ଜିଲା ଖବର, କଳାହାଣ୍ଡି View All
Posted inଆମ ଜିଲା ଖବର, କଳାହାଣ୍ଡି View All

ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ କରି ଚାଲିଗଲେ ଦୁର୍ବୃତ୍ତ
ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍ ଆସୋସିଏଶନର ବରିଷ୍ଠ ଓକିଲ ପି….

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର
ବାଲେଶ୍ୱର,୯।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରେମୁଣା ଏନ୍ଏସି ଅଧୀନ ୧୧ ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁଙ୍କ ଘରୁ ଶନିବାର ଜଣେ ୪ ମାସର ଶିଶୁ ପୁତ୍ରଙ୍କୁ…

କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ
ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉଖାଇ ୨ ଜଣଙ୍କ ମତ୍ୟୁ ଓ ୬ ଗୁରୁତର ଘଟଣା ପରେ ଜିଲାପାଳ ସୋମବାର ମାଣ୍ଡିପଙ୍କା…

ବାଣ ଭିଡୁଥିଲେ ସ୍ବାମୀ-ସ୍ତ୍ରୀ: ଘଟିଲା ବିସ୍ଫୋରଣ
ନୟାଗଡ଼,୯।୧୧: ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଲଗାଁରେ ଶନିବାର ଏକ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।…

ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବା ଦେବାକୁ ଉଠିଲା ଦାବି
ବାଲିଗୁଡ଼ା,୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ବାଲିଗୁଡ଼ା ବ୍ଳକ…

ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩
ଦାରିଙ୍ଗବାଡ଼ି,୯ା୧୧(ଅରୁଣ ସାହୁ): ରାଜ୍ୟରେ ଚହଳ ପକାଇଥିବା ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର…