Monday, March 3, 2025
Monday, March 3, 2025
Home ଆମ ଓଡ଼ିଶା ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଅଧ୍ୟୟନ କେନ୍ଦ୍ରରେ ‘ପରିବର୍ତ୍ତନର କଳ୍ପନା’ କଳ୍ପନା

ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଅଧ୍ୟୟନ କେନ୍ଦ୍ରରେ ‘ପରିବର୍ତ୍ତନର କଳ୍ପନା’ କଳ୍ପନା

by
0 comment

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ସମାନତାର ପଚାଶ ବର୍ଷକୁ ସ୍ମରଣୀୟ କରିବା ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାଟି ବୀଣା ମଜୁମଦାର ସ୍ମୃତି ପାଣ୍ଠି, ମହିଳା ବିକାଶ ଅଧ୍ୟୟନ କେନ୍ଦ୍ର (ନୂଆ ଦିଲ୍ଲୀ) ଓ ମହିଳା ଅଧ୍ୟୟନ କେନ୍ଦ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ର ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ବିଷୟବସ୍ତୁ ଥିଲା “ପରିବର୍ତ୍ତନର କଳ୍ପନା : ଗ୍ଲୋବାଲ ଯୁଗରେ ସମାନତା ଆଡ଼କୁ ପଢ଼ିବା” । ଏହି କର୍ମଶାଳାରକୁ  ଉତ୍କଳ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।  ମହିଳା ଅଧ୍ୟୟନ ବିଭାଗର ନିର୍ଦ୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା କର୍ମଶାଳାର ବିଷୟବସ୍ତୁ ଉପରେ ଆଲୋକପାତ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କାରିଥିଲେ।  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାନତାର ରିପୋର୍ଟ ଉପରେ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଏନ୍ ମଣିମେକଲାଇ (ନିର୍ଦ୍ଦେଶିକା ସିଡବ୍ଲୁଡିଏସ୍) ଓ ପ୍ରଫେସର ରେଣୁ ଅଦାଲକା କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଫେସର  ଇଶିତା  ମୁଖୋପାଧ୍ୟାୟ ( କଲିକତା ବିଶ୍ଵବିଦ୍ୟାଳୟ) ମଧ୍ୟ ଏହି କର୍ମଶାଳାର ଶୀର୍ଷକ ଉପରେ ଅଭିଭାଷଣ ରଖିଥିଲେ।  ଡ. ନିତ୍ୟାନନ୍ଦ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି ଏକ ଦିବସୀୟ କର୍ମଶାଳାରେ ପୂର୍ବ ଭାରତର ବିଭିନ୍ନ ରାଜ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଛାତ୍ରଛାତ୍ରୀମାନେ ସେମାନଙ୍କର ଗବେଷଣାତ୍ମକ ପତ୍ର ତିନିଟି ଅଧିବେଶନରେ ଉପସ୍ଥାପନ କରିଥିଲେ। ଯାହା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଚତୁର୍ଥ ଅଧିବେଶନରେ ସ୍ଵୟଂ ସହାୟକ ଗୋଷ୍ଠୀର ଜଣେ ସୁଦକ୍ଷ ମହିଳା (ନିରୂପମା) ଓ ରଘୁରାଜପୁର ର ସ୍ୱାବଲମ୍ବୀ ମହିଳା ତାଙ୍କର ଅଭିଜ୍ଞତା ଉପରେ  ମତ ରଖିଥିଲେ। ଏହି ଅଧିବେଶନ ଗୁଡ଼ିକୁ ପ୍ରଫେସର ଜୟନ୍ତୀ ଦୋରା, ଡ. ସୀମା ମଲ୍ଲିକ, ସ୍ବପ୍ନା ପ୍ରଭୁ , ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ରର ( ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ) ପୂର୍ବତନ ଅଧ୍ୟକ୍ଷା ଡଃ ଉର୍ମିମାଳା ଦାସ  ବ୍ରହ୍ମପୁର , ଡକ୍ଟର ଇପ୍ସିତା ପଟ୍ଟନାୟକ ( ୟୁଏନ.ସ୍ଵଂୟ ଶାସିତ ମହାବିଦ୍ୟାଳୟ) ଡଃ ସ୍ନିଗ୍ଧାରାଣୀ ବେହେରା , ଅମିଶା ଦଳାଇ, ଅଳକାନ‌‌‍ନ୍ଦ ଗାହିର ପ୍ରମୁଖ ପରିଚାଳନା କରିଥିଲେ। କର୍ମଶାଳାରେ ସମାପନ ଅଧିବେଶନରେ ଅତିରିକ୍ତ ସଚିବ ଡଃ ଧରଣୀଧର ନନ୍ଦ ଯୋଗଦେଇ  ନାରୀର ଭୂମିକା ଉପରେ ଅଭିବ୍ୟକ୍ତ ରଖିଥିଲେ। ପରିଶେଷରେ ଡଃ ସ୍ନିଗ୍ଧାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od