Monday, February 24, 2025
Home ଆମ ଓଡ଼ିଶା ଖୋର୍ଦ୍ଧା ରୋଡ଼ ମଣ୍ଡଳର ୯ଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ” ପ୍ରମାଣପତ୍ର ପ୍ରଦାନ 

ଖୋର୍ଦ୍ଧା ରୋଡ଼ ମଣ୍ଡଳର ୯ଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ” ପ୍ରମାଣପତ୍ର ପ୍ରଦାନ 

by
0 comment

ଭୁବନେଶ୍ବର : ଉନ୍ନତ ପରିବେଶ ପ୍ରଦର୍ଶନ ପାଇଁ,  ଖୋର୍ଦ୍ଧା ରୋଡ୍ ମଣ୍ଡଳର ନଅଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର” ପ୍ରଦାନ କରାଯାଇଛି। ଏହି ଷ୍ଟେସନ ଗୁଡ଼ିକ ହେଲା ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ପଲାସା, ବାଲୁଗାଁ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, କଟକ, ବ୍ରହ୍ମପୁର ଷ୍ଟେସନ୍ ରହିଛି। ଏହି ଷ୍ଟେସନଗୁଡ଼ିକୁ ସ୍ୱଚ୍ଛ ଓ ସବୁଜ ପରିବେଶ ସହିତ ଯାତ୍ରୀ ମାନଙ୍କୁ ଆନୁଷଙ୍ଗିକ ସେବା ଯୋଗାଇ ଦିଆଯାଉଛି, ତାହା ସହ ପରିବେଶ ସହିତ ଷ୍ଟେସନ ପରିସରରେ ଅନ୍ୟାନ୍ୟ ସେବା ଯେପରିକି ଟ୍ରେନ୍ ପରିଚାଳନା, ସିଗନାଲ ଏବଂ ଟେଲିକମ୍, ଷ୍ଟେସନ ରକ୍ଷଣାବେକ୍ଷଣ, ସର୍ବସାଧାରଣଙ୍କ ଉପଯୋଗିତା ସହିତ ଯାତ୍ରୀ ଟିକେଟ୍ ବୁକିଂ ଏବଂ ଅନ୍ୟାନ୍ୟ ଯାତ୍ରୀ ସୁବିଧାକୁ ଅନ୍ତର୍ଭୁକ୍ତ କରାଯାଉଛି ।

ଆଇଏସଓ ୧୪୦୦୧: ୨୦୧୫ ପ୍ରମାଣପତ୍ର ହେଉଛି ପରିବେଶ ପରିଚାଳନା ସିଷ୍ଟମ (EMS) ପାଇଁ ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନକ | ରେଳ ଷ୍ଟେସନରେ ଉନ୍ନତ ପରିବେଶ କାର୍ଯ୍ୟଦକ୍ଷତା ପାଇଁ, ବର୍ଜ୍ୟବସ୍ତୁ ହ୍ରାସ, ଶକ୍ତି ସଂରକ୍ଷଣ, ଉତ୍ସକୁ ଅଧିକ ଦକ୍ଷତାର ସହିତ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ରଣନୀତିର ସହିତ ପୁନଃବ୍ୟବହାର, ହ୍ରାସ ଓ ଦାୟିତ୍ଵ ସମ୍ପନ୍ନ ନିଷ୍କାସନ ପାଇଁ ଏହି ଷ୍ଟେସନଗୁଡିକ ପ୍ରମାଣପତ୍ର ପ୍ରଦାନ କରାଯାଇଛି |ଥାର୍ଡ ପାର୍ଟି, ଜାତୀୟ ଏଜେନ୍ସି ଏନଭୋ ଗ୍ରୀନ୍ ମ୍ୟାନେଜମେଣ୍ଟ, କଟକ, ଦ୍ୱାରା ସର୍ଭେ ଏବଂ ଅଡିଟ୍ ପରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ନଅଟି ରେଳ ଷ୍ଟେସନକୁ ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ରେଲୱେ ଷ୍ଟେସନକୁ ପରିବେଶ ଅନୁକୂଳ କରିବା ପାଇଁ, ମେକାନିକାଲ୍ ବିଭାଗର, ଏନଭାୟାରମେଣ୍ଟାଲ ହାଉସକିପିଂ ମ୍ୟାନେଜମେଣ୍ଟ (ଇ.ଏନ୍.ଏଚ.ଏମ) ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od