Sunday, February 23, 2025
Home Home ଶୁଭମନ ଗିଲ୍‌ ନେଲେ ବଡ଼ ନିଷ୍ପତ୍ତି, ଅପେକ୍ଷାରେ ଥିବା ଏହି ଦଳକୁ ଲାଗିଲା ଝଟ୍‌କା

ଶୁଭମନ ଗିଲ୍‌ ନେଲେ ବଡ଼ ନିଷ୍ପତ୍ତି, ଅପେକ୍ଷାରେ ଥିବା ଏହି ଦଳକୁ ଲାଗିଲା ଝଟ୍‌କା

by
0 comment

ନୂଆଦିଲ୍ଲୀ,୩୦।୧୦: ଆଇପିଏଲ୍‌ ରିଟେନ୍‌ଶନର ଅନ୍ତିମ ତାରିଖ ହେଉଛି ଅକ୍ଟୋବର ୩୧। ଏହା ପୂର୍ବରୁ ଅନେକ ଚମକାଇବା ଭଳି ଖବର ସାମ୍ନାକୁ ଆସୁଛି। ପ୍ରଥମରୁ ଶ୍ରେୟାସ ଆୟର, କେ ଏଲ୍‌ ରାହୁଲ ଏବଂ ଋଷଭ ପନ୍ତଙ୍କ ଭଳି ଖେଳାଳି ବର୍ତ୍ତମାନର ଟିମ୍‌ରୁ ବାହାରିବାର ଖବର ରୋମାଞ୍ଚ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ଦାବି କରାଯାଉଛି। ଗତ ସିଜନରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହୋଇଥିବା ଶୁଭମନ ଗିଲ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଥିଲାଗି ଇଚ୍ଛା ରଖିଥିଲା। ହେଲେ ତାହା ହୋଇପାରିନାହିଁ।

ନ୍ୟୁଜ୧୮ ରିପୋର୍ଟ ଅନୁଯାୟୀ ବାଙ୍ଗାଲୋର ଫ୍ରାଞ୍ଚାଇଜ ନିକଟରେ ଗିଲଙ୍କ ସହ ଅକ୍ସନ ବିଷୟରେ କଥା ହୋଇଛନ୍ତି। ଭବିଷ୍ୟତର ଟିମ୍‌ ପ୍ରସ୍ତୁତ ଲାଗି ଗିଲଙ୍କୁ ଫ୍ରାଞ୍ଚାଇଜ ସହ ଜଡ଼ିତ କରିବାକୁ ଯୋଜନା କରାଯାଉଛି। ଏମିତିରେ ବାଙ୍ଗାଲୋର ସହ ଗିଲଙ୍କ ଆଲୋଚନା ସଫଳ ହୋଇନାହିଁ। ଏମିତିକି ବାଙ୍ଗାଲୋର ଗିଲ୍‌ଙ୍କୁ ଅକ୍ସନକୁ ଆସିବାକୁ ବୁଝାଇ ପାରିନାହିଁ। କାରଣ ଗିଲ୍‌ ଗୁଜରାଟରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଗିଲ ରିଟେନ୍‌ସନ ତାଲିକାର ଦ୍ୱିତୀୟ ସ୍ଥାନରେ ରହିବାକୁ ପ୍ରସ୍ତୁତ ହୋଇଛନ୍ତି। ଅର୍ଥାତ ତାଙ୍କୁ ସର୍ବାଧିକ ଦରମା ମିଳିବ ନାହିଁ। ସେ ଏଭଳି ଆଫଗାନିସ୍ତାନ ସୁପରଷ୍ଟାର ରଶିଦ ଖାନ୍‌ଙ୍କ ପାଇଁ କରିଛନ୍ତି, ଯାହାଙ୍କୁ ପ୍ରଥମେ ରିଟେନ୍‌ କରାଯିବ।

କହିରଖୁଛୁ, ବାଙ୍ଗାଲୋର ଟିମ୍‌ ଫାଫ୍‌ ଡୁପ୍ଲେସିଙ୍କୁ ରିପ୍ଲେସ କରିବାକୁ ଯୋଜନା କରୁଛି। ଏମିତିରେ ଦଳକୁ ଅଧିନାୟକର ଆବଶ୍ୟକତା ରହିଛି। ପୂର୍ବଭଳି ବିରାଟ କୋହଲିଙ୍କୁ ଦଳ ପୁନର୍ବାର ଦଳର ନେତୃତ୍ୱ ଦେବ ବୋଲି କୁହାଯାଉଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od