Thursday, February 13, 2025
Thursday, February 13, 2025
Home Latest କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗରେ ଶିକ୍ଷକ ମରୁଡ଼ି

କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗରେ ଶିକ୍ଷକ ମରୁଡ଼ି

by
0 comment

କୋରାପୁଟ: ଜିଲ୍ଲାର ସବୁ ବିଭାଗରେ କର୍ମଚାରୀ ମରୁଡ଼ି ଲାଗି ରହିଛି। ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ଭାବେ ପରିଚିତ କୋରାପୁଟ ଜିଲ୍ଲାର ଜିଲ୍ଲା ମଙ୍ଗଳ ବିଭାଗ ଅଧିନ‌ରେ ଥିବା ୧୬୬ଟି ସ୍କୁଲରେ ପଢ଼ୁଥିବା ୫୫ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବର୍ଗର ୭୩୪ଜଣ ଶିକ୍ଷକ ରହିବା କଥା। କିନ୍ତୁ ୫୮୨ଜଣ ରହିଥିବା ବେଳେ ଏବେ ୧୫୨ଟି ପଦବି ଖାଲି ପଡ଼ିଛି।

ସୂଚନା ଅନୁଯାୟୀ, ଜିଲ୍ଲାର ୧୪ଟି ବ୍ଲକ, ୩ଟି ପୌରାଂଚଳ, ଗୋଟିଏ ବିଜ୍ଞାପିତ ପରିଷଦରେ ରହିଛି ଜିଲ୍ଲାମଙ୍ଗଳ ବିଭାଗ ଅଧିନରେ ପରିଚାଳିତ ବିଭିନ୍ନ ବର୍ଗର  ସେବାଶ୍ରମ, ଉଚ୍ଚମାଧ୍ୟମିକ  ଓମାଧ୍ୟମିକ ବିଦ୍ୟାଳୟ। ଏଥିରେ ଅନ୍ତେବାସୀଙ୍କ ସହ ଦିବ୍ୟାଧ୍ୟାୟୀ ଛାତ୍ରଛାତ୍ରୀ ବି ପଢ଼ୁଛନ୍ତି। ୨୦୨୪-୨୫ଶିକ୍ଷାବର୍ଷରେ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ୯୫୩ଜଣ ଅନ୍ତେବାସୀ, ୭ଜଣ ଦିବ୍ୟାଧ୍ୟାୟୀ ଛାତ୍ରଛାତ୍ରୀ ଅଧ୍ୟୟନରତ ରହିଛନ୍ତି।

-୫୫ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୫୮୨ ଶିକ୍ଷକ
-୧୫୨ପଦବି ଖାଲି, ପୂରଣ କେବେ?

ସେହିପରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୭୩୯ଜଣ ଅନ୍ତେବାସୀ,୧୬୨ ଦିବ୍ୟାଧ୍ୟାୟୀ, ଉଚ୍ଚ ବିଦ୍ୟାଳୟରେ ୬୮୯୧ଜଣ ଅନ୍ତେବାସୀ, ୧୯୦୦ ଦିବ୍ୟାଧ୍ୟାୟୀ, ଉଚ୍ଚ ବାଳିକା ବିଦ୍ୟାଳୟରେ ୫୭୪୧ଜଣ ଅନ୍ତେବାସୀ, ୪୯୦ ଦିବ୍ୟାଧ୍ୟାୟୀ, ଆଶ୍ରମ ବିଦ୍ୟାଳୟରେ ୧୦୫୪୨ଜଣ ଅନ୍ତେବାସୀ, ୩୫୭୦ ଦିବ୍ୟାଧ୍ୟାୟୀ , ସେବାଶ୍ରମରେ ୬୫୪୨ ଜଣ ଅନ୍ତେବାସୀ, ୨୯୯୮ ଦିବ୍ୟାଧ୍ୟାୟୀ, ୪୦ ଶଯ୍ୟା ବିଶିଷ୍ଟ ଛାତ୍ରନିବାସରେ ୪୭୭୯ଜଣ ଅନ୍ତେବାସୀ, ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସରେ ୬୧୭୯ଅନ୍ତେବାସୀ, ୧୦୦ଶଯ୍ୟା ବିଶିଷ୍ଟ ଛାତ୍ର ନିବାସରେ ୩୯୬୧ଜଣ ଅନ୍ତେବାସୀ ରହୁଛନ୍ତି।

ଏପରି ୧୬୪ଟି ବିଦ୍ୟାଳୟରେ ୪୬୩୨୬ଜଣ ଅନ୍ତେବାସୀ, ୯୧୨୭ଜଣ ଦିବ୍ୟାଧ୍ୟାୟୀ ସର୍ବମୋଟ ୫୫୪୫୪ଜଣ ଅଧ୍ୟୟନରତ ରହିଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି। ବିଭିନ୍ନ ବର୍ଗର ଶିକ୍ଷକଙ୍କ ସଂଖ୍ୟାକୁ ଆକଳନ କଲେ ସବୁ ପଦବି ଖାଲି ପଡ଼ିଥିବା ଦେଖିବାକୁ ମିଳିଛି। ୩୭ଟି ପ୍ରଧାନଶିକ୍ଷକଙ୍କ ସ୍ଥାନ‌ରେ ରହିଛନ୍ତି ୩୩।

ସେହିପରି ବିଏ ବିଇଡି ୮୯ ସ୍ଥାନରେ ୮୪, ବିଏସସି ବିଇଡି ପିସିଏମ୍  ୩୭ ସ୍ଥାନରେ ୨୮, ବିଏସସି ବିଇଡି ସିବିଜେଡ୍ ୩୬ ସ୍ଥାନରେ ୨୧, ଟିଜିଟି ଶିକ୍ଷା ସହାୟକ ୧୧୧ସ୍ଥାନରେ ୨୮, ଆଇଏ ସିଟି ୨୭ ସ୍ଥାନରେ ୨୦, ଆଇଏସସି  ସିଟି ୮ ସ୍ଥାନରେ ୬, ସଂସ୍କୃତ ୩୭ ସ୍ଥାନରେ ୨୮, ହିନ୍ଦୀ ୩୭ ସ୍ଥାନରେ ୩୦, ଓ ପିଇଟି ୩୪ ସ୍ଥାନରେ ୨୩ଜଣ ରହିଛନ୍ତି। ଏହି ପରି ସରକାର ମଂଜୁର କରିଥିବା ୭୩୪ଜଣ ଶିକ୍ଷକଙ୍କ ସ୍ଥାନରେ ରହିଛନ୍ତି ୫୮୨ ଏବଂ ୧୫୨ଟି ପଦବି ଖାଲି ପଡ଼ିଛି।

ଖାଲି ଶିକ୍ଷକ ହିଁ ନୁହନ୍ତି ସେହିପରି ଛାତ୍ରାବାସ ଗୁଡିକୁ ପରିଚାଳନା କରି ଆସୁଥିବା ୱାର୍ଡନ, ସୁପରିଟେଣ୍ଡଣ୍ଟଙ୍କ ସହ ଏଏନଏମ ପଦବି ବି ଖାଲି ପଡ଼ିଛି। ଏ ନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନ  ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ରାଜ୍ୟ ସରକାରଙ୍କୁ ବି ଅବଗତ କରିଥିବା ସୂଚନା ମିଳିଛି। ଏତେ ସଂଖ୍ୟକ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଧାର୍ଯ୍ୟ ସଂଖ୍ୟକ ବିଭିନ୍ନ ବର୍ଗର ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଦୀର୍ଘ ୨୪ବର୍ଷର ସରକାର ଏହି ସମସ୍ୟା ସମ୍ପର୍କରେ ଜାଣି ବି ନଜାଣିବା ପରି ରହି ଆସିଥିଲା। ନୂଆ ଡବଲ ଇଂଜିନର ସରକାର ଏହି ସମସ୍ୟାକୁ ସମାଧାନ କରିବ କି ବୋଲି ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od