Thursday, February 13, 2025
Thursday, February 13, 2025
Home ଆମ ଓଡ଼ିଶା ଗୋରୁ ବୋଝେଇ ଗାଡି ଜବତ, ଡ୍ରାଇଭର ଫେରାର

ଗୋରୁ ବୋଝେଇ ଗାଡି ଜବତ, ଡ୍ରାଇଭର ଫେରାର

by
0 comment

ଆଠଗଡ : ଆଠଗଡ ପୁଲିସ ସୋମବାର ମଧ୍ୟ ରାତ୍ରିରେ ଏକ ଗୋରୁ ବୋଝେଇ ଗାଡି ଜବତ କରିଥିବାବେଳେ ଉକ୍ତ ଗାଡିର ଚାଳକ ଫେରାର ହୋଇଯାଇଛି। ସୂଚନାଯୋଗ୍ୟ ଗତକାଲି ମଧ୍ୟରାତ୍ରିରେ ଢେଙ୍କାନାଳ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରୁ ଏକ ମାକ୍ସ ପିକଅପରେ ୮ ରୁ ୧୦ ଟି ଗୋରୁ ବୋଝେଇ କରି କଟକ ନିଆଯାଉଥିଲା। ଧବଳେଶ୍ଵର ରାସ୍ତା ବାଟରେ ଯାଉଥିବାବେଳେ ଆଠଗଡ ଥାନା ଅନ୍ତର୍ଗତ ଦହିସରା ଛକ ନିକଟରେ କେତେକ ଗୋ ରକ୍ଷକ କର୍ମୀ ସଂପୃକ୍ତ ଗାଡିଟିକୁ ଅଟକାଇଥିଲେ। ଖବର ପାଇ ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୁଲିସ ପହଞ୍ଚିବା ସମୟରେ ଗୋ ରକ୍ଷକମାନେ କିଛି ଗୋରୁଙ୍କୁ ଗାଡ଼ିରୁ ଓହ୍ଲାଇ ଛାଡି ଦେଇଥିଲେ। ଏହି ସମୟରେ ଗାଡ଼ିର ଚାଳକ ମଧ୍ୟ ଫେରାର ହୋଇଯାଇଥିଲା। ପୁଲିସ ଦୁଇଟି ଗୋରୁ ସହ ଗାଡିକୁ ଜବତ କରି ଆଠଗଡ ଥାନାକୁ ଆଣିଥିଲେ।  ଗୋରୁ ଦୁଇଟିକୁ ପୁଲିସ ଚୌଦ୍ୱାର ଗୋଶାଳାକୁ ପଠାଇ ଦେଇଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ମୁଦୁଲି ପ୍ରକାଶ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od