Sunday, February 23, 2025
Home ଆମ ଓଡ଼ିଶା ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ତାତିଲେ ଲୋକେ, ଘେରିଲେ ଉପଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟ

ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ତାତିଲେ ଲୋକେ, ଘେରିଲେ ଉପଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟ

by
0 comment

ପାଟଣା : ପାଟଣା ବ୍ଳକ ତୁରୁମୁଙ୍ଗା ଉପଖଣ୍ଡ  ବିଦ୍ୟୁତ କାର୍ଯ୍ୟାଳୟକୁ ମଙ୍ଗଳବାର ଲୋକେ ଘେରାଉ କରିବା ସହ ହୋ ହାଲା କରିଛନ୍ତି ।  ଅଭିଯୋଗ ଅନୁଯାୟୀ ସବ ଷ୍ଟେସନ  ଅଞ୍ଚଳର ଜ୍ୟୋତିପୁର ଫିଡ଼ର ଅଧିନରେ ଥିବା ୩୦ରୁ ଉର୍ଦ୍ଧ୍ବ ଗାଁ ଗତ ୩ ଦିନ ହେବ ଅନ୍ଧାରରେ ରହିଛନ୍ତି। ଲାଇନ ନଥିବା ଯୋଗୁଁ ଲୋକେ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବା ସହ ପାଣି ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ କାଟ ସମସ୍ୟା ସମ୍ପର୍କରେ ବିଭାଗୀୟ ଏସଡିଓ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ତାଙ୍କ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣି ଶତାଧିକ ମହିଳା ଓ ପୁରୁଷ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିଦ୍ୟୁତ କାର୍ଯ୍ୟାଳୟରେ ଚାଲିଥିବା ଏସି ବନ୍ଦ କରିଦେଇଥିଲେ । ଫଳରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଥିଲା । ଲୋକଙ୍କୁ ବୁଝାଇବାକୁ ଆସି ହଟହଟା ହୋଇଥିଲେ ଯନ୍ତ୍ରୀ । ମହିଳାମାନେ ତାଙ୍କୁ ହୁଳହୁଳି ଦେଇ ସ୍ୱାଗତ କରିଥିଲେ। ତୁରନ୍ତ ବିଦ୍ୟୁତ୍ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od