Sunday, February 23, 2025
Home wolf seen in bahraich odia news ଥମୁନି ମଣିଷ ଖିଆ ଗଧିଆର ଆତଙ୍କ; ଘରେ ପଶି ୧୧ ବର୍ଷ ଶିଶୁକୁ କଲା ଆକ୍ରମଣ..

ଥମୁନି ମଣିଷ ଖିଆ ଗଧିଆର ଆତଙ୍କ; ଘରେ ପଶି ୧୧ ବର୍ଷ ଶିଶୁକୁ କଲା ଆକ୍ରମଣ..

by
0 comment

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାହାରାଇଚରେ ମଣିଷ ଖିଆ ଗଧିଆର ଆତଙ୍କ ଜାରି ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗସ୍ତ କରି ସାରିଛନ୍ତି । ପୁଣି ଏଠାରେ ଗଧିଆ ଆଉ ଏକ ୧୧ ବର୍ଷୀୟ ଶିଶୁକୁ ଆକ୍ରମଣ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଶିଶୁ ଜଣକ ନିଜ ପରିବାର ଲୋକଙ୍କ ସହ ଛାତ ଉପରେ ଶୋଇଥିବା ସମୟରେ ଗଧିଆ ଆକ୍ରମଣର ଶିକାର ହୋଇଛି । ଶିଶୁଟିର ଭଉଣୀର ନିଦ ଭାଙ୍ଗି ଯିବାରୁ ସେ ଖୁବ୍‌ ଜୋରରେ ଚିତ୍କାର କରିଥିଲା । ପରିବାର ଲୋକେ ଦେଖିଲା ବେଳକୁ ଗଧିଆ ଶିଶୁଟିର ବେକକୁ ଧରି ଟାଣି ଟାଣି ନେଉଛି ।

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

ସେହି ସମୟରେ ପରିବାର ଲୋକେ କୌଣସି ପ୍ରକାରେ ଗଧିଆକୁ ସେଠାରୁ ଦୂର କରି ପିଲାଟିର ଜୀବନ ରକ୍ଷା କରିଥିଲେ । ଏହି ଘଟଣା ବାହାରାଇଚର ପିପରୀ ମୋହନ ଗାଁର । ଗୁରୁତର ଅବସ୍ଥାରେ ଶିଶୁକୁୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବାହାରାଇଚ ଗସ୍ତରେ ଯାଇଥିଲେ । ସେହି ସମୟରେ ସେ କହିଥିଲେ ଗଧିଆକୁ ଧରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଗତ ୨ ମାସ ମଧ୍ୟରେ ଏଠାରେ ୨୦ ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏକାଧିକ ଗଧିଆ ଧରାପଡିଛନ୍ତି ।
ଧରାନପଡିଲେ ଶେଷରେ ଗଧିଆଙ୍କୁ ଗୁଳିମାରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭିଡିଓରେ ଦେଖନ୍ତୁ; କାଶ୍ମୀରରେ ଆତଙ୍କୀ ନିହତ ହେବାର ଲାଇଭ୍‌ ଭିଡିଓ..

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od