Sunday, February 23, 2025
Home ଆମ ଓଡ଼ିଶା ସାଇ ଇଣ୍ଟିଗ୍ରାଲ୍‌‌ ସ୍କୁଲର ବାର୍ଷିକ ବିଜ୍ଞାନମେଳା

ସାଇ ଇଣ୍ଟିଗ୍ରାଲ୍‌‌ ସ୍କୁଲର ବାର୍ଷିକ ବିଜ୍ଞାନମେଳା

by
0 comment

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଟିଚର୍ସ କଲୋନୀ ସ୍ଥିତ ସାଇ ଇଣ୍ଟିଗ୍ରାଲ ସ୍କୁଲର ୯ମ ବାର୍ଷିକ ବିଜ୍ଞାନମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଉପଦେଷ୍ଠା ତଥା କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଦିଲିପ କୁମାର ରଥ ଓ ବିଦ୍ୟାଳୟର ଅଧ୍ୟକ୍ଷା ସୁନନ୍ଦା ଦାଶ ଏହାକୁ ଉଦ୍‌‌ଘାଟନ କରିବା ଅବସରରେ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ମୋବାଇଲ ଫୋନ୍‌‌ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜନିଜର ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଜ୍ଞାନପ୍ରେମୀଙ୍କ ଭିଡ ଜମିଥିଲା।

ଜବାହର ବିଦ୍ୟାପୀଠର ବିଜ୍ଞାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଓ ଓରକଳ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନଶିକ୍ଷକ ବିକାଶ କୁମାର ଅଗ୍ରୱାଲା ବିଚାରକ ଭାବେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ସେଠାରେ ୬ଷ୍ଠ ଶ୍ରେଣୀ ଠାରୁ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତ କୃତୀ ପ୍ରକଳ୍ପଧାରୀ ଓ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନଶିକ୍ଷକ ସୋମନାଥ ମହାପାତ୍ର, ଦିପକ କୁମାର ମହାପାତ୍ର, ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ନାୟକ, ରବି ନାରାୟଣ ମହାପାତ୍ର, ଜାମିନ ଖାଁ, ଶତାବ୍ଦୀ ପ୍ରମାଣିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od