Sunday, February 23, 2025
Home Home Left ହରିୟାଣାର ରାଜନୈତିକ ଦଙ୍ଗଲରେ ହେବ ବଡ଼ ଯୁଦ୍ଧ, ବବିତା ଫୋଗାଟଙ୍କୁ ଟିକେଟ୍‌ ଦେବ ଭାଜପା!

ହରିୟାଣାର ରାଜନୈତିକ ଦଙ୍ଗଲରେ ହେବ ବଡ଼ ଯୁଦ୍ଧ, ବବିତା ଫୋଗାଟଙ୍କୁ ଟିକେଟ୍‌ ଦେବ ଭାଜପା!

by
0 comment

ନୂଆଦିଲ୍ଲୀ,୧୦।୯: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ। ହରିୟାଣାର ରାଜନୈତିକ ଯୁଦ୍ଧରେ ଭାଜପା, କଂଗ୍ରେସ ଏବଂ ଏଏପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଲେଣି। ହରିୟାଣା ନିର୍ବାଚନରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଏବେ କଂଗ୍ରେସ ସହାୟତାରେ ମଇଦାନକୁ ଓହ୍ଲାଇଛନ୍ତି। ଦୁହେଁ କଂଗ୍ରେସରେ ଯୋଗ ଦେବା ପରେ ଜଣେ ଟିକେଟ ପାଇଥିବାବେଳେ ଜଣେ ବଡ଼ ପଦବୀ ପାଇଛନ୍ତି। ତେବେ କଂଗ୍ରେସର ଏହି ଗୋଟି ଚାଳନାକୁ ଭାଜପା ଚ୍ୟାଲେଞ୍ଜ କରିଛି। ଏବେ ହରିୟାଣା ବିଧାନସଭା ନିର୍ବାଚନରେ ବବିତା ଫୋଗାଟଙ୍କ ଟିକେଟ୍‌ ଦେଇ ମାଷ୍ଟରଷ୍ଟ୍ରୋକ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।

ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଚଳିତ ହରିୟାଣା ବିଧାନସଭା ନିର୍ବାଚନର ରାଜନୈତିକ ଦଙ୍ଗଲରେ ଭାଜପା ବବିତାଙ୍କୁ ଫିଲ୍ଡ କରି ନ ପାରେ। କାରଣ ବବିତାଙ୍କ ଟିକେଟ ବାତିଲ ହୋଇ ସାରିଛି। ବବିତା ହରିୟାଣାର ଚରକି-ଦାଦ୍ରି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ଗତ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏଥର ଭିନେଶ ରାଜନୈତିକ ମହଲରେ ଏଣ୍ଟ୍ରି କରିବାରୁ ଭାଜପା ଏହାର ରଣ କୌଶଳ ବଦଳାଇ ଦେଇଛି। ହରିୟାଣାରେ ବବିତା ବନାମ ଭିନେଶ ଲଢେଇ କରିବାକୁ ଭାଜପା ଚାହୁଁନାହିଁ। ଯଦି ଏପରି ହୋଇଥାନ୍ତା ତେବେ କଂଗ୍ରେସ ଏଥିରୁ ଅଧିକ ଲାଭ ପାଇଥାନ୍ତା। ତେଣୁ ଏହି କାରଣରୁ ଭାଜପା ବବିତା ଫୋଗାଟଙ୍କୁ ଟିକେଟ ଦେଇ ନାହିଁ।

ନିକଟରେ ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗାଟ ଫେରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ ଯାହା ଘଟିଥିଲା ଏବଂ ୧୦୦ ଗ୍ରାମ ହେତୁ ସୁନା ପଦକ ଜିତିବାର ସ୍ବପ୍ନ ଭାଙ୍ଗି ଯାଇଥିବାରୁ ଲୋକମାନେ ଭିନେଶଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ତେବେ ମଇଦାନରେ ତାଙ୍କ ପାଇଁ ଲାଭଦାୟକ ହୋଇପାରେ। କଂଗ୍ରେସ ମଧ୍ୟ ଏହା ଜାଣେ। ଏହି କାରଣରୁ ରାହୁଲ ଗାନ୍ଧୀ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ଜନ୍ତରମନ୍ତରରେ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟଙ୍କ ବିରୋଧ ଯୋଗୁଁ ହରିୟାଣାରେ ମଧ୍ୟ କଂଗ୍ରେସର ଅନେକ ଆଶା ରହିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od