Sunday, February 23, 2025
Home apartment issues ଆପାର୍ଟମେଣ୍ଟ ପାଇଖାନା ଟାଙ୍କିରେ ୩ ଶ୍ରମିକ ମୃତ

ଆପାର୍ଟମେଣ୍ଟ ପାଇଖାନା ଟାଙ୍କିରେ ୩ ଶ୍ରମିକ ମୃତ

by
0 comment

ବାରଙ୍ଗ: ବାରଙ୍ଗ ଥାନା ନରଣପୁର ସ୍ଥିତ ଡିଅନ ଆପାର୍ଟମେଣ୍ଟର ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରେ  ସେଣ୍ଟ୍ରିଂ ପଟ୍ଟା ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କର ଜୀବନ ଯାଇଛି। ମୃତ ଶ୍ରମିକମାନେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଅବୁ ତାହିର ଅଲ୍ଲୀ, ସେକ୍ ଆଲମିନ୍ ଏବଂ ନଦିଆ ଅଞ୍ଚଳର କ୍ରୀଷ୍ଣା  କିଶୋର ସରକାର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ଟାଙ୍କି ଭିତରେ ଲାଗିଥିବା ସେଣ୍ଟ୍ରିଂ ପଟ୍ଟା ଖୋଲିବା ପାଇଁ ପ୍ରଥମେ ଜଣେ ଶ୍ରମିକ ଭିତରକୁ ପଶିଥିବାବେଳେ ସେଠାରେ ସେ ଅଚେତ୍ ହୋଇପଡିଥିଲେ। ଦୁଇ ଜଣଙ୍କର କଣ ହୋଇଛି, ଦେଖିବା ପାଇଁ  ଠିକାଦାର  ଭିତରକୁ ପଶିବା ପରେ ସେ ମଧ୍ୟରେ ଭିତରେ ଚେତାଶୂନ୍ୟ ହୋଇପଡିଥିଲେ। କିଛି ଶଦ୍ଦ ନ ହେବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ବାରଙ୍ଗ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏବଂ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତ ର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ବାରଙ୍ଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ଛାନଭିନ୍ ଜାରି ରଖିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od