Tuesday, February 25, 2025
Tuesday, February 25, 2025
Home ଦେଶ- ବିଦେଶ ବଢିଚାଲିଛି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା: ମୁମ୍ବଇରେ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଫେରାର

ବଢିଚାଲିଛି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା: ମୁମ୍ବଇରେ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଫେରାର

by
0 comment

ବଢିଚାଲିଛି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା: ମୁମ୍ବଇରେ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଫେରାର

ମୁମ୍ବଇ: ଦେଶରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ମୁମ୍ବଇର ସାୟନ ହସ୍ପିଟାଲରେ ଘଟିଛି ଏଭଳି ଏକ ଘଟଣା। ଏଠାରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ନିଜକୁ ବଞ୍ଚାଇବା ଉଦ୍ୟମବେଳେ ମହିଳା ଡାକ୍ତର ଜଣକ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ଭୋର ପ୍ରାୟ ସାଢେ ୩ଟା ସମୟରେ ଘଟିଥିବା କୁହାଯାଉଛି।  ବିଏମସି ଏମଏଆରଡି ଆସୋସିଏସନର ଡାକ୍ତରମାନେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣକାରୀ ଫେରାର ଥିବା ଜଣାପଡ଼ିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od