Friday, February 14, 2025
Friday, February 14, 2025
Home Home Left ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ

ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ

by
0 comment

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକର ଭାରତରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମନୁ ଭାକରଙ୍କୁ ଭେଟିଛନ୍ତି। ମନୁ ଭାକରଙ୍କ ସହ ତାଙ୍କ କୋଚ ଜସପାଲ ରାଣା ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

ତେବେ ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ପୁରୁଣା ଫଟୋ।

ରାହୁଲ ଗାନ୍ଧୀ ଏବଂ ଜସପାଲ ରାଣାଙ୍କ ଭାଇରାଲ ଫଟୋ ଉପରେ ଦାବି କରାଯାଉଛି କି ସେମାନଙ୍କର ବନ୍ଧୁତା ବହୁତ ପୁରୁଣା। ଏହି ଚିତ୍ର ସେମାନଙ୍କ ଯୁବବସ୍ଥା ସମୟର। ସୂଚନାଥାଉ କି, ୫୪ ବର୍ଷ ବୟସରେ ରାହୁଲ ଗାନ୍ଧୀଙ୍କ ଫିଟନେସକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ଏବଂ ଲୋକମାନେ ତାଙ୍କୁ ଏକ ଫିଟନେସ ଫ୍ରାକ ମଧ୍ୟ କହୁଛନ୍ତି।

ରାହୁଲ ଗାନ୍ଧୀଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପଦକ ନେଉଥିବାର ନଜର ଆସିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ୨୬ ଡିସେମ୍ବର ୧୯୮୮ରୁ ୫ ଜାନୁୟାରୀ ୧୯୮୯ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ୩୨ ତମ ଜାତୀୟ ଶୁଟିଂ ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ସେ ୨୫ ମିଟର ଏୟାର ପିସ୍ତଲରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ଜିତିିଥିଲେ। ଯାହାର ସାର୍ଟିଫିକେଟ ମଧ୍ୟ ଭାଇରାଲ ହୋଇଛି।

ସୂଚନାଥାଉ କି, ମନୁ ଭାକରଙ୍କ କୋଚ୍‌ ଜସପାଲ ରାଣା ସୁଟିଂ ଦୁନିଆରେ ଏକ ଲୋକପ୍ରିୟ ବ୍ୟକ୍ତି। ୧୯୯୦ ଦଶକରେ ରାଣା ତାଙ୍କର ସୁଟିଂ କୌଶଳ ପାଇଁ ପ୍ରସିଦ୍ଧ ହାସଲ କରିଥିଲେ। ସେ ହିରୋସିମା ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଏବଂ ମାତ୍ର ୧୮ ବର୍ଷ ବୟସରେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ଏଥିସହ ୧୯୯୪ରେ କଲମ୍ବିଆରେ ଚାଲିଥିବା କମନୱେଲଥ ଗେମ୍ସରେ ସେ ଚାରିଟି ସ୍ବର୍ଣ୍ଣ ପଦକ ଜିତିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od